ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଂଜାମ ଜିଲ୍ଲାର ଅଗ୍ରଣୀ ଚାଷୀ ସଂଗଠନ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଗୁରୁବାର ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦକ ସିମାଞ୍ଚଳ ନାହାକଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି କୃଷି ଫାର୍ମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର , ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ଆସିଷ୍ଟାଣ୍ଡ କଲେକ୍ଟର ଅଶୋକ କୁମାର ପ୍ରଧାନ ଯୋଗ ଦେଇ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ସହ ଅଂଚଳର ଚାଷୀମାନଙ୍କୁ ଚାରା ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଭାଗିରଥି ବେହେରା, ପୂର୍ବତନ ସମିତିସଭ୍ୟ ପୂର୍ଣ୍ଣ ଚନ୍ଦ୍ର ଦାଶ ଓ ଜୟଦେବ ଲେଙ୍କା, ଯୁବନେତା ସୁରେଶ ଦାଶ, ଲକ୍ଷ୍ମଣ ସେଠୀ, ପ୍ରଭାତ ପାଣିଗ୍ରାହୀ , ପୁର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ଅନନ୍ତ ଦାସ, ରାଧାଶ୍ୟାମ ଚୈାଧୂରୀ, ମୁନା ରେଡ୍ଡୀ ପ୍ରମୁଖ ଯୋଗଦେଇ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ନିମ, କରଞ୍ଜ, ଡାଳିମ୍ବ , ପିଜୁଳୀ, ଆତ , ଅଁଳା ସମେତ ବିଭିନ୍ନ ରକମର ବୃକ୍ଷ ଫାର୍ମ ପରିସରରେ ରୋପଣ କରାଯିବା ସହିତ ଅଂଚଳ ର ଚାଷୀ ମାନଙ୍କୁ ଚାରା ମଧ୍ୟ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ