ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବିପତ୍ର ପ୍ରଦାନ

ପୋଲସରା, (ଅନିଲ କୁମାର ମହାରଣା):କୃଷକ ନେତା ସତ୍ୟବାନଙ୍କ ନେତୃତ୍ୱରେ ଜିଲ୍ଳା ସଂମ୍ପାଦକ ସିମାଞ୍ଚଳ ନାହାକ, ଉପଦେଷ୍ଟା ହିନ ସ୍ୱାଇଁ, ଦୁଖିଶ୍ୟାମ ପ୍ରଧାନ, ରଘୁନାଥ ପଣ୍ଡାଙ୍କ ସମେତ ବହୁ କୃଷକଙ୍କ ଉପସ୍ଥିତିରେ ପୋଲସରା ତହସିଲଦାରଙ୍କ ଜରୀଆରେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦୀର୍ଘ ୪୬ ବର୍ଷ ପୂର୍ବେ ଉଲ୍ଲେଖ ଥିବା ଜମି ଜମାର ମାଲିକାନା ପରିବର୍ତ୍ତନ ପାଇଁ ପ୍ରତି ପଞ୍ଚାୟତରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ଉତ୍ତରାଧିକାରୀ ପରିବର୍ତ୍ତନ କରାଯାଉ। ଉତ୍ତରାଧିକାରୀ ପରିବର୍ତ୍ତନ ହୋଇନଥିବାରୁ ଜନସାଧାରଣ ବିଭିନ୍ନ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ପୋଲସରା, ବାଲିଘାଇ, ସିଦ୍ଧିପୁରୁ, କାଶିନାଥପୁରୁ, ପାଟିଗଡ, ଉସ୍ତାପଡା, ବନ୍ଥପଲ୍ଲି ଗ୍ରାମଦେଇ ଯାଇଥିବା ଡାବୁରିଆ ନାଳରେ ନିର୍ମିତ ଚାରୋଟି ଚେକ୍ ଡ୍ୟାମର ଉଚ୍ଚତା ବୃଦ୍ଧି କରିବା, କକ୍ରିଂଟ କେନାଲ ଓ ନାଳର ଉଭୟ ପାର୍ଶ୍ୱ ହୁଡାରେ ମାଟିବ୍ୟାଙ୍କ ନିର୍ମାଣ ଓ ପଥର ପେକିଙ୍ଗ କରିବା। କ୍ଷୁଦ୍ର ଜଳସେଚନ ବିଭାଗର କାଶୀନାଥପୁର ଡାବୁରିଆ ନାଳ ପ୍ରକଳ୍ପ ଓ ହରିଜନ ଆଗୁଳ ଦୁଇଟି ପୋତି ହୋଇଥିବା ବେଳେ ପୁନଃ ଉଦ୍ଧାର କରାଯିବା। କ୍ଷୁଦ୍ର ଜଳସେଚନ ବିଭାଗ ଗଞ୍ଜାମ -୨ ଦ୍ବାରା ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ଚାରୋଟି ଚେକ୍ ଡ୍ୟାମ ଆବଶ୍ୟକୀୟ ନିର୍ମାଣ ହୋଇନଥିବା ଯୋଗୁଁ ୭ ବର୍ଷ ହେଲା ଏହା ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ତୁରନ୍ତ ନିର୍ମାଣ କରାଯିବା। ବାରମ୍ବାର ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ଲିଖିତ ଓ ମୌଖିକ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନଥିବା ପୋଲସରାର ପ୍ରାଣକେନ୍ଦ୍ର ଭାବେ ପରିଚିତ ଖଜୁରୀ ବନ୍ଧ ଜଳ ଭଣ୍ଡାର ପ୍ରାୟ ୨୧ ଏକର ଆୟତନ ବିଶିଷ୍ଟ ହୋଇ ରବି ଓ ଖରିଫ ଫସଲ ପାଇଁ ଜଳସେଚନ ପାଇଁ ପାଣି ବ୍ୟବହାର, ପାନୀୟଜଳ ଓ ହଜାର ହଜାର ଲୋକଙ୍କ ଗାଧୋଇବା ପାଇଁ ବ୍ୟବହାର କରୁଥିବା ବେଳେ ତାହାର ପୁନଃ ଉଦ୍ଧାର କରାଯିବା। ବଡ ଘାଇର ଆନିକଟ ମରାମତି କରିବା। ଗୋରଡା ଘାଇଶଙ୍ଖ ମରାମତି କରିବା। ରଙ୍ଗେଇ ଗୁଡି, ବରଘାଟି ଓ ଧୋବା ପଦର ଘାଇର ପୁନଃ ଉଦ୍ଧାର କରିବା। ମନ୍ଦାର ପେଟାଖାଲ ଘାଇଙ୍କୁ ସମ୍ପୂର୍ଣ୍ଣ ମରାମତି କରିବା। ରୁମାଗଡ ପେଟାଖାଲ ଓ ଝରଣ ଘାଇର ମରାମତି କରିବା। ଗତ ବର୍ଷ ଲଘୁଚାପ ଜନିତ ବର୍ଷା ଦ୍ବାରା କ୍ଷୟକ୍ଷତି ହୋଥିବା ଫସଲ କ୍ଷୟ କ୍ଷତି ବାବଦ ସରକାରି ସହାୟତା ପ୍ରଦାନ କରିବା। ଦାବୀ ଗୁଡିକ ଯଦି ତୁରନ୍ତ ପୁରଣ ନହୁଏ ତେବେ ଆଗାମି ଦିନରେ ଏକ ବିରାଟ କୃଷକ ଆନ୍ଦୋଳନ ହେବାବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ