ଋଷିମାଳରେ ଦୀପାବଳି
ସୋରଡା,(ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲାର ଜୀବନ ଧାରା ଋଷିମାଳର ଉତ୍ପତି ସ୍ଥଳ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଋଷିମାଳ ପର୍ବତରେ ସୋରଡା ବିଧାୟକ ଓ ଜନ ସାଧାରଣ ମିଶି ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଋଷିମାଳ ଅଞ୍ଚଳ ଏକ ଉପାନ୍ତ ଅଞ୍ଚଳ ଭାବେ ରହିଥିବା ବେଳେ ଏହି ଜାଗା ଏକ ପ୍ରମୁଖ ଧାର୍ମିକ ସ୍ଥଳ ଭାବେ ବେଶ ପରିଚିତ। ଗଞ୍ଜାମ ଜିଲ୍ଲାର ଜୀବନ ଧାରା ଋଷିକୁଲ୍ୟା ନଦୀର ସୃଷ୍ଟି ଏହି ଜାଗାରୁ ହୋଇଛି। ଧାର୍ମିକ ମତ ପ୍ରକାରେ ଏହି ନଦୀ ଗଙ୍ଗା ଠାରୁ ମଧ୍ୟ ଅଧିକ ପୁରାତନ। ଏହି ସ୍ଥାନ ରେ ରୁଷି କର୍ଦମେସ୍ଵର ଓ ମାତା ଦେବହୂତିଙ୍କ ପୁଅ କପିଳେଶ୍ଵର ରୁଷି ଜନ୍ମଗ୍ରହଣ କରିଥିବା କିମ୍ବଦନ୍ତୀ ରହିଛି। ଏବ ମଧ୍ୟ ଚୈତ୍ର ମାସ ରେ ବୁଡ ପକେଇବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ। ଏହି ଋଷିମାଳ ପର୍ବତ ମହା ବରୁଣେଇ ତୀର୍ଥ ସ୍ଥାନ ରୂପେ ବେଶ ପରିଚିତ । ଏହିଭଳି ଏକ ପବିତ୍ର ତୀର୍ଥ ସ୍ଥଳ ଅବହେଳିତ ହୋଇ ରହିଛି । ଯଥା ଶୀଘ୍ର ଏହି ସ୍ଥାନର ରୂପରେଖ ରେ ପରିବର୍ତନ ଆସିଲେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇପାରନ୍ତା ଏହା କୁ ଅନୁଭବ କରି ସୋରଡା ବିଧାୟକ ଏଠାରେ ବିକାଶର ଆବଶ୍ୟକତା କୁ ଅନୁଭବ କରି ସୋରଡା ବିଧାୟକ କନ୍ଧମାଳ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଙ୍କ ସହ ଯୋଗାଯୋଗ କରି ଏହି ଜାଗାର ବିକାଶ ପାଇଁ ଅନୁରୋଧ କରିବା ସହ ବିଧାନ ସଭା ଏ ନେଇ ବିଭାଗୀୟ ମନ୍ତ୍ରୀ ଙ୍କ ସହ ଅଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଋଷିମାଳ ପର୍ବତରୁ ସୋରଡା କୁ ସଂଯୋଗ କରୁଥିବା ରାସ୍ତା ଆଡିପଙ୍କା ଠାରୁ ହାତିମୁଣ୍ଡା ରାସ୍ତା ରେ ଚାଲିଥିବା କାମର ତଦାରଖ କରିଥିଲେ ଏବଂ ଏହି ଉପାନ୍ତ ଅଞ୍ଚଳ ଆଜକୁ ଦୀର୍ଘ ବର୍ଷ ହେଲା ଅଭେଳିତ ହୋଇ ରହିଥିବା ବେଳେ ଏଠାକାର ବିକାଶ ପାଇଁ ରାଜ୍ୟ ସରକାର ଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବ ବୋଲି ଏଠାକାର ବାସିନ୍ଦା ଙ୍କୁ ପ୍ରତିଶ୍ରୁତି ଦେବା ସହ ସମସ୍ତ ଙ୍କ ସହ ମିଶି ଦୀପାବଳି ପାଳନ କରିଥିଲେ। ବହୁ ବର୍ଷ ପରେ ଜଣେ ବିଧାୟକଙ୍କୁ ଏହି ପରି ଉପାନ୍ତ ଅଞ୍ଚଳରେ ଆସି ଲୋକଙ୍କ ସହ ଦୀପାବଳି ପାଳିବା ପ୍ରଥମ ଘଟଣା ବୋଲି କହି ଖୁସି ବ୍ୟକ୍ତ କରିଛନ୍ତି।