ଋଷି ସୁନକ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) :ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ଆନୁଷ୍ଠାନିକ ଭାବେ ଋଷି ସୁନକଙ୍କ ନାମ ଘୋଷଣା ହେଲା। ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଶେଷ ହୋଇଛି । ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବ୍ରିଟେନର ଅଧିକାଂଶ ଲୋକେ ଏବଂ କନଜରଭେଟିଭ ପାର୍ଟିର ଅନେକ ନେତା ସେପ୍ଟେମ୍ୱରରେ ହିଁ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ। ଲିଜ୍ ଟ୍ରସଙ୍କ ଚୟନ ଭୁଲ ପ୍ରମାଣିତ ହେଲା। ଅକ୍ଟୋବର ୨୮ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଋଷି ସୁନକଙ୍କ ବାପା-ମାଆ ଭାରତୀୟ। ୧୯୮୦ ମସିହା ମେ ୧୨ରେ ଇଂଲଣ୍ଡର ସାଉଥମ୍ପଟନ୍ ଋଷି ସୁନକଙ୍କ ଜନ୍ମ ହୋଇଥିଲା । ଋଷି ସୁନକଙ୍କ ଜେଜେ ବାପା-ଜେଜେ ମାଆ ଭାରତରୁ ଯାଇ ଆଫ୍ରିକାରେ ବାସ କରିଥିଲେ । ଏହାପରେ ତାଙ୍କ ବାପା ଆଫ୍ରିକାରୁ ଯାଇ ବ୍ରିଟେନରେ ରହିଥିଲେ । ବ୍ରିଟେନରେ ହିଁ ତାଙ୍କ ବାପା-ମାଆଙ୍କ ବିବାହ ହୋଇଥିଲା। ୪୨ ବର୍ଷୀୟ ଋଷି ସୁନକ ଭାରତର ବିଶିଷ୍ଟ ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି। ଋଷି ଏବଂ ଅକ୍ଷତାଙ୍କ ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା । ବ୍ରିଟେନରେ ଋଷି ସୁନକଙ୍କ ବେଶ ଖାତିର । ସେ ଜଣେ ଧନୀ ସାଂସଦ ରୂପେ ପରିଚିତ । ତାଙ୍କର ସମ୍ପତ୍ତି ୭୩୦୦ କୋଟି ଟଙ୍କାରୁ ଅଧିକ। ପ୍ରଥମ ଟ୍ରେଜେରୀ ମୁଖ୍ୟ ସୁନକ ଥିଲେ। ସେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ