ଋାଜେଶ ଭୂୟାଁ ହେଲେ ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ
ପାରାଦ୍ୱୀପ,(ପୀତବାସ ପ୍ରଧାନ): ଶାସକ ବିଜୁ ଜନତା ଦଳ(ବିଜେଡି)ର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନିଯୁକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପର ଯୁବ ସଙ୍ଗଠକ ରାଜେଶ କୁମାର ଭୂୟାଁ (ରାଜା)ଙ୍କୁ ରାଜ୍ୟ ବିଜୁ ଯୁବ ଜନତା ଦଳର ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଏ ସମ୍ପର୍କରେ ସୋମବାର ଦିନ ବିଜେଡିର ଗଣମାଧ୍ୟମ ବିଭାଗର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ସ୍ୱାକ୍ଷର ଥିôବା କାର୍ଯ୍ୟାଳୟ ନିର୍ଦ୍ଦେଶନାମାରୁ ଜଣାପଡିଛି । ପାରାଦ୍ୱୀପର ଏହି ଯୁବ ସଙ୍ଗଠକ ରାଜା ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଏକାନ୍ତ ଅନୁଗତ ଭାବେ ବେଶ୍ ଜଣାଶୁଣା । ସେ ଦଳୀୟ କାର୍ଯ୍ୟକ୍ରମ, ସଭସମିତି ଠାରୁ ଆରମ୍ଭ କରି ବିଜେପୁର ଉପନିର୍ବାଚନ, ତିର୍ତ୍ତୋଲ ଉପନିର୍ବାଚନରେ ଦଳ ପାଇଁ କାମ କରି ସମସ୍ତଙ୍କ ନଜରକୁ ଆସିଥିଲେ । ସୋମବାର ଦିନ ଦଳ ପକ୍ଷରୁ ରାଜେଶଙ୍କୁ ଏହି ନିଯୁକ୍ତି ମିଳିବା ପରେ ପାରାଦ୍ୱୀପର ଦଳୀୟ କର୍ମୀ ଓ ନେତାଙ୍କ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।