ଋାଧି ଅଧରେ ପ୍ରେମୀ ଯୁଗଳ ହଟାହଟା , ଗ୍ରାମବାସୀ ଲଣ୍ଡା କରି ଗାଁରେ ବୁଲାଇଲେ , ଭିଡିଓ କଲେ ଭାଇରାଲ
କରଞ୍ଜିଆ : ସଭ୍ୟ ସମାଜରେ ଅସଭ୍ୟ କାର୍ଯ୍ୟ । ପ୍ରେମୀ ଯୁଗଳଙ୍କ ରାତି ଅଧରେ ଲଣ୍ଡା କରି ବୁଲାଇବା ଓ ଭିଡିଓ କୁ ଭାଇରାଲ କରିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି । କୈାଣସି ସୂତ୍ରରୁ ପୋଲିସ ଖବର ପାଇ ରାତି ଅଧରେ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମଣ୍ଡୁଆ ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଯୁବକ ଯୁବତୀ ଦୁହେଁ ଦୁଇ ଜଣକୁ ପ୍ରେମ କରୁଥିଲେ ।କିନ୍ତୁ ଗତକାଲି ୨୨ ତାରିଖରେ ପ୍ରେମିକାକୁ ଦେଖିବା ପାଇଁ ପ୍ରେମିକ ଆସିଥିଲା ବେଳେ ଗ୍ରାମବାସୀ କୈାଣସି ସୂତ୍ରରୁ ଖବର ପାଇ ପ୍ରେମୀ ଯୁଗଳଙ୍କୁ ଲଣ୍ଡା କରିବା ସହ ଗାଁରେ ବୁଲାଇବା ସହ ଭିଡିଓ ଭାଇରାଲ କରିଥିଲେ । ପୋଲିସ ଅଧରାତିରେ ଖବର ପାଇ ପ୍ରେମୀ ଯୁଗଳଙ୍କୁ ଗିରଫ ଉଦ୍ଧାର କରିଛି । ପ୍ରେମିକା ସକାଳେ ଥାନାରେ ଲିଖିତ ଆକାରରେ ଅଭିଯୋଗ କରିବା ପରେ ପୋଲିସ ତରଫରୁ ଆଇନ ଅନୁଯାୟୀ ୨୧ ଜଣଙ୍କ ବିରୋଦ୍ଧରେ ମାମଲା ରୁଜୁ କରାଯାଇଛି ।