ଋାମ କଥା ଚାଲିଥିବା ବେଳେ ଝଡ ତୋଫାନରେ ଭୁଷୁଡିଲା ମଞ୍ଚ , ୧୪ ମୃତ
ରାଜସ୍ଥାନର ବଡମେର ରେ ରାମକଥା ମୃତ ପ୍ରବଚନ ଚାଲିଥିବା ବେଳେ ହଠାତ ତୁମ୍ବିତୋଫାନ ଘଟି ଭିଡା ଯାଇଥିବା ମଞ୍ଚ ସଂମ୍ପୂର୍ଣ୍ଣ ଭୁଷୁଡି ପଡିଛି । । ମଞ୍ଚ ଭୁଶୁଡି ପଡିବା ଫଳରେ ୧୪ ଜଣଙ୍କ ମୃତ ହୋଇଥିବା ବେଳେ ୨୪ ଜଣ ଗୁରୁତର ଆହାତ ହୋଇଛନ୍ତି । ସମସ୍ତ ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ତେବେ ମିଳିଥିବା ଖବର ଅନୁଯାୟୀ ବଡମେର ଜିଲ୍ଲାର ଜସୋଲ ଗ୍ରାମରେ ରାମକଥା ଚାଲିଥିବା ବେଳେ ହଠାତ୍ ତୁମ୍ବିତୋଫାନ ହୋଇ ମଞ୍ଚ ଭୁଷୁଡି ପଡିଥିଲା । ମଞ୍ଚ ତଳେ ଚାପି ହୋଇ ଓ କରେଣ୍ଟ ଲାଗି ଘଟଣା ସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଗୁରୁତର ଆହାତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣା ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରୀ ରଖିଛନ୍ତି । ଏଭଳି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଦୁଖ ପ୍ରକାଶ କରିଛନ୍ତି ।