ଋାହୁଲ୍ ଜୈନ୍‌ଙ୍କ  ୟାରା ତେରୀ ୟାରୀ ଗୀତରେ  ଝୁମିଲେ ଦର୍ଶକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) :  ଗଂଜାମ ଜିଲ୍ଲାର ସମୃଦ୍ଧ ଲୋକକଳାର ପ୍ରସାର- ପ୍ରଚାର ଏବଂ ସଂରକ୍ଷଣ କରିବା ସହ ରାଜ୍ୟ ଓ ଆନ୍ତଃରାଜ୍ୟ ଲୋକକଳା ଓ ସଂସ୍କୃତି ସହ ସମନ୍ୱୟ ରକ୍ଷା କରିବା ଅଭିପ୍ରାୟରେ  ଦ୍ୱିତୀୟ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ, ତାମ୍ପରା ଉତ୍ସବ ଓ ପଲ୍ଲିଶ୍ରୀମେଳା  ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର  ଠାରେ ବୁଧବାର  ଆରମ୍ଭ ହୋଇଯାଇଥିବା ବେଳେ ଆଜି ଗୁରୁବାର  ଦ୍ୱିତୀୟ ଦିବସର  ସନ୍ଧ୍ୟାରେ  ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଏହି ମହୋତ୍ସବରେ  ପ୍ରସିଦ୍ଧକଣ୍ଠଶିଳ୍ପୀ  ରାହୁଲ୍‌  ଜୈନଙ୍କ ୟାରା ତେରୀ ୟାରୀ   ଗୀତର ତାଳେ ତାଳେ ହଜାର  ହଜାର ଦର୍ଶକ ଏବଂ କଳକାର ମାନେ  ମହୋତ୍ସବ ସ୍ଥଳିରେ  ପ୍ରବଳ ଶୀତରେ ମଧ୍ୟ ନାଚି ଉଠିଥିଲେ ।   ମହୋତ୍ସବର ସଭାପତି ତଥା ଗଂଜାମ ଜିଲ୍ଲ।।ପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପୈାରହିତ୍ୟରେ  ଅନୁଷ୍ଠିତ  ମହୋତ୍ସବର ଆଜି ସନ୍ଧ୍ୟାରେ   ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓ ମୁଖ୍ୟ ଅତିଥୀଭାବେ ଯୋଗଦେଇ   କାର୍ଯ୍ୟକ୍ରମକୁ  ଶୁଭାରମ୍ଭ କରିଥିଲେ ।   ସମ୍ମାନୀୟ ଅତିଥୀ ଭାବେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ସଙ୍କର ସ୍ୱାଇଁ, ବ୍ରହ୍ମପୁର ମହାନଗର ନୀଗମ କମିଶନର ଚକ୍ରବର୍ତ୍ତ ସିଂ ରାଠୋର ଓ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ପରେ ବିଭିନ୍ନ ବର୍ଗ ଡ୍ୟାନ୍ସ ସହ ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟ ପରିବେଶିତ ହୋଇଥିଲା ।ରାତି ୮ଟାରେ ମେଗା କାର୍ଯ୍ୟକ୍ରମ ରାହୁଲ ଜୈନ ଓ ସାଥୀ କଳାକାର ମାନଙ୍କ ଦ୍ୱାରା ଅକର୍ଷଣୀୟ ସଂଗୀତ ପରିବେଶଣ କରି  ହଜାର  ହଜାର ଦର୍ଶକଙ୍କ ମନମୋହିଥିଲେ ।କାର୍ଯ୍ୟକ୍ରମର ସଂଯୋଜନା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚିନାରାୟଣ ପ୍ରଧାନ ଓ ସରିଫ ଅହମ୍ମଦ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ  ମୁନମୁନ ସିଂ ଏଙ୍କେରିଂ କରିଥିଲେ  ।  ଏହାସହ ମହାରାଷ୍ଟ୍ର ରାଜ୍ୟର ଅହମ୍ମେଦନଗର  ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ ମାନେ ଆସି ଏହି ଲୋକକଳା ମହୋତ୍ସବର ପରୁପୂର ମଜାନେଇଥିଲେ । ସେହିପରି ଏଥିରେ ଅନ୍ୟମାନଙ୍କ ମଧ୍ୟରେ  ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟି,ଡେପୁଟି କଲେକ୍ଟର (ନିର୍ବାଚନ) ଡଃ.ବିଜୟାନନ୍ଦ ସେଠୀ,  ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର ଓ ବିକ୍ରମ ଦୋରା,   ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ଅବସରପ୍ରାପ୍ତ  ସଂସ୍କୃତି ବିଭାଗ ସହାୟକ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶଙ୍କ, ଜିଲ୍ଲା ଗ୍ରାନ୍ଥାଗାରିକ ଅମୀୟ ଧଳଙ୍କ ସମେତ ବହୁ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ  ଉପସ୍ଥିତ ଥିଲେ ।  ସେହିପରି ପୁଲିସ ପ୍ରଶାସନ ପକ୍ଷରୁ  ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ,ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରି ସମିଷ୍ଠା ପ୍ରଧାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଛନ୍ତି । ଏହି ଅବସରରେ ପଲ୍ଲିଶ୍ରୀ  ମେଳା ଓ ମୀନାବଜାରରେ କୁନି କୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ବହୁ ଜନସାଧାରଣ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ