ଋୁଙ୍ଗଟା କମ୍ପାନୀ ପକ୍ଷରୁ ନିର୍ମିତ ସ୍ପୋର୍ଟସ କଂପ୍ଲେକ୍ସ ଓ ଜିମ୍ନାସିୟମ ଉଦଘାଟିତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହରର ଶାସ୍ତ୍ରୀ ନଗରଠାରେ ରୁଙ୍ଗଟା କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ସ୍ପୋର୍ଟସ କଂପ୍ଲେକ୍ସ ଓ ଜିମ୍ନାସିୟମ ଚିଲଡ୍ରେନ ପାର୍କ ଶନିବାର ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଉପସ୍ଥିତ ରହି ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଚମ୍ପୁଆ ଉପଜିଲାପାଳ ପାରୁଲ୍ ପଟାଓରୀ , ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଯୋଡା ବିଡିଓ କ୍ଷୀରୋଦ କୁମାର ବେହେରା , ପୂର୍ବତନ ଯୋଡା ପୌରପାଳିକା ଅଧ୍ୟକ୍ଷ ଆର.କେ ଦାସ , ଯୋଡା ବିକାଶ ପରିଷଦ ସଭାପତି ନିରଂଜନ ବହିଦାର ଙ୍କ ସମେତ ରୁଙ୍ଗଟା କମ୍ପାନୀର ଯୁଗ୍ମ ଉପସଭାପତି ରାମୁ ଅଗ୍ରଓାଲ ପ୍ରମୁଖ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ । ୭୦ ଲକ୍ଷ ଟଙ୍କା ବ୍ୟୟରେ ଯୋଡା ସହରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଉଦଘାଟନୀ ଉତ୍ସବରେ କମ୍ପାନୀର ଅନ୍ୟ ଅଧିକାରୀଙ୍କ ମଧ୍ୟରେ ଜ୍ଞାନେନ୍ଦ୍ର ପାଲ , ଲଳିତ ନାରାୟଣ ରାଉତ, ଏସ.କେ. ଆଚାର୍ଯ୍ୟ , ଏନ.ଏମ ରାଉତ , ବିରଂଚି ନାରାୟଣ ଦାସ, ଚିନ୍ମୟ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।