ଏଆଇଏସ୍‌ଏଫ୍ ପକ୍ଷରୁ ବିଧାନସଭା ଘେରାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଖିଳ ଭାରତ ଛାତ୍ର ସଂଘ ପକ୍ଷରୁ ନିଟ୍ ଉଚ୍ଛେଦ ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ କରିବା, ଏନ୍‌ଟିଏ ଉଚ୍ଛେଦ କରିବା, ଜାତୀୟ ଶିକ୍ଷାନୀତି-୨୦୨୦କୁ ପ୍ରତ୍ୟାହାର କରିବା, ଶିକ୍ଷାନୁଷ୍ଠାନରେ ଖାଲିଥିବା ପଦବୀ ପୂରଣ ଓ ଛାତ୍ର ସଂସଦ ନିର୍ବାଚନ ଦାବିରେ ବଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚଳିତବର୍ଷ ନିଟ୍ ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତାର ଘଟଣା ସମ୍ନାକୁ ଆସିଛି । ଏହି କେନ୍ଦ୍ରୀଭୂତ ପରୀକ୍ଷା ବ୍ୟବସ୍ଥା ପାଇଁ ଗ୍ରାମାଞ୍ଚଳ ଓ ଗରିବ ପରିବାରର ପିଲା ଡାକ୍ତରୀ ଶିକ୍ଷାରୁ ବଞ୍ôଚତ ହେଉଛନ୍ତି । କୋଚିଂ ସେଣ୍ଟରର ପ୍ରାବଲ୍ୟ ବୃଦ୍ଧି ପାଉଛି । ତେଣୁ ତାମିଲନାଡୁ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ଓଡ଼ିଶା ବିଧାନସଭାରେ ନିଟ୍ ଉଚ୍ଛେଦ ସହ ପୂର୍ବ ଭଳି ରାଜ୍ୟସ୍ତରୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା କରାଯିବା ପାଇଁ ପ୍ରସ୍ତାବ ପାରିତ କରିିବାକୁ ଦାବି କରାଯାଇଛି । ବିଗତ ୭ ବର୍ଷରେ ଏନ୍‌ଟିଏ ପରିଚାଳିତ ପ୍ରାୟ ୭୦ଟି ପରୀକ୍ଷାରେ କ୍ରମାଗତ ଦୁର୍ନୀତି ହୋଇଛି । ଯାହା କୋଟି କୋଟି ମେଧାବୀ ଛାତ୍ରଛାତ୍ରୀ ଅନ୍ୟାୟର ଶିକାର ହେବା ସହ ସେମାନଙ୍କ ମନୋବଳକୁ ଦୁର୍ବଳ କରିଛି । ତେଣୁ ଏନ୍‌ଟିଏକୁ ଉଚ୍ଛେଦ କରି ପରୀକ୍ଷା ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଯିବା ପାଇଁ ଛାତ୍ର ସଂଘ ଦାବି କରିଛି । ଏହା ସହ ଶିକ୍ଷାର ଘରୋଇକରଣ, ବିକେନ୍ଦ୍ରୀକରଣ, ବ୍ୟବସାୟୀକରଣ ଓ ସାମ୍ପ୍ରଦାୟିକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ଶିକ୍ଷାନୀତି-୨୦୨୦କୁ ପ୍ରତ୍ୟାହାର କରି ଏକ ସାର୍ବଜନୀନ, ବିଜ୍ଞାନସମ୍ମତ ଓ ଗୁଣବତ୍ତା ସମ୍ପନ୍ନ ଶିକ୍ଷାନୀତି ପ୍ରଣୟନ ପାଇଁ ଦାବି କରାଯାଇଛି । ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଶିକ୍ଷକଙ୍କ ଅଭାବ ପରିଲକ୍ଷିତ ହେଉଛି । ଏହା ଶିକ୍ଷା ବ୍ୟବସ୍ଥାକୁ ପକ୍ଷାଘାତ କରିବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପାଇବାରୁ ବଞ୍ôଚତ କରୁଛି । ତେଣୁ ଶିକ୍ଷାନୁଷ୍ଠାନରେ ଖାଲି ଥିବା ସମସ୍ତ ପଦବୀ ତୁରନ୍ତ ପୂରଣ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ପାଇଁ ଦାବି କରାଯାଇଛି । ରାଜ୍ୟରେ ୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ସୁଦୃଢ ଗଣତନ୍ତ୍ରର ଏନ୍ତୁଡ଼ିଶାଳ ହେଉଛି ଛାତ୍ର ସଂସଦ ନିର୍ବାଚନ । ତେଣୁ ନେତୃତ୍ୱର ଭୃଣ ହତ୍ୟା ବନ୍ଦ କରି ଚଳିତ ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ କରାଯିବା ପାଇଁ ଏଆଇଏସ୍‌ଏଫ ପକ୍ଷରୁ ଦୃଢ ଦାବି କରାଯାଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଛାତ୍ର ସଂଘର ରାଜ୍ୟ ସଭାପତି ସଂଘମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ (ରାଜ୍ୟ ଉପସଭାପତି ମନୋରଞ୍ଜନ ରାଉତ, ସହ ସମ୍ପାଦିକା ଶୁଭ୍ରାରାଣୀ ସାହୁ, ପୃଥ୍ୱୀରାଜ ଓ ଆକାଂକ୍ଷା ପରିଡ଼ା) ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭରେ ରାଜ୍ୟ କୋଷାଧ୍ୟକ୍ଷ ବିବେକକୃଷ୍ଣ, କାର୍ଯ୍ୟକାରିଣୀ ସଦସ୍ୟ ପପୁ ରାଉତ, ସାଗର ପ୍ରଧାନ, ସୌମ୍ୟରଞ୍ଜନ ସ୍ୱାଇଁ, ପ୍ରଦୀପ ସାହୁ, ସଂଗ୍ରାମଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାରୁ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ