ଏଆଇକେଏସ ସାନଖେମୁଣ୍ଡି ଆଞ୍ଚଳିକ ପରିଷଦର ୧୬ ଦଫା ଦାବି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୃଷିନୀତି ଚାଷ କ୍ଷେତ୍ରରୁ ଚାଷୀଙ୍କୁ ନିବୃତ କରୁଥିବା ବେଳେ ସାଂପ୍ରତିକ ଜଳବାୟୁ ପରିବର୍ତ୍ତନ ସହ ଶାସକ ଓ ଉଦାସୀନତା ଚାଷୀ କୂଳକୁ ହନ୍ତସନ୍ତ କରୁଛି । ଚାଷୀଙ୍କ ପ୍ରତି ସରକାରଙ୍କ ଯୋଜନାର ସୁଫଳ ଅଣ ଚାଷୀ ଫାଇଦା ପାଉଥିବା ବେଳେ ଚାଷୀଙ୍କ ପାଇଁ ସରକାରଙ୍କ ଜଳସେଚନ ବ୍ୟବସ୍ଥା , ରିହାତି ଦରରେ ବିହନ ଓ ଫସଲ ସାର ଏବଂ ପେଷ୍ଟିସାଇଡ ଯୋଗାଣ କୃଷି ଋଣ , ଫସଲ ବୀମା , ମଣ୍ଡି ପରିଚାଳନା ଆଦି ବ୍ୟବସ୍ଥାରେ ପ୍ରକୃତ କୃଷକ ବଞ୍ଚିତ ହେଉଛନ୍ତି ।ଏହି ସ୍ଥିତିରେ ସର୍ବଭାରତୀୟ ସ୍ତରରେ କୃଷକଙ୍କ ବିକାଶରେ କାମ କରୁଥିବା ସଙ୍ଗଠନ ଅଖିଳ ଭାରତ କୃଷକ ସଂଘ କୃଷକଙ୍କ ନାର୍ଯ୍ୟ ଦାବିକୁ ନେଇ ଅହରହ ଆନ୍ଦୋଳନ କରୁଥିବା ବେଳେ ସମ୍ପ୍ରତି ୧୬ ଦଫା ଦାବି ନେଇ ବ୍ଲକ ବିଡ଼ିଓଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।ଆଜି ଏହି ସଂଗଠନର ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ପକ୍ଷରୁ ଶତାଧିକ କୃଷକ ସାନଖେମୁଣ୍ଡି ବ୍ଲକ୍ ସମ୍ମୁଖରେ ସରକାରଙ୍କ କୃଷକ ବିରୋଧୀ ଯୋଜନାକୁ ନେଇ ସ୍ଲୋଗାନ ଦେଇଥିବା ବେଳେ କୃଷକଙ୍କ ସମସ୍ୟା ନେଇ ବିକ୍ଷୋଭର ଆୟୋଜନ କରିଛନ୍ତି । ସଙ୍ଗଠନ ପକ୍ଷରୁ ଜୋନ ସମ୍ପାଦକ କୈଳାସ ପାତ୍ର , ବ୍ଲକ୍ କମିଟି ସମ୍ପାଦକ ଭଗବାନ ରାଉତ ସହ ସମ୍ପାଦକ ସୁଶାନ୍ତ ସ୍ୱାଇଁ , ଏ କୃଷ୍ଣମୂର୍ତ୍ତି , ପାଣ ସେଠି।, ଏନ୍, ନରେନ୍ଦ୍ର ରେଡ୍ଡୀ , ଉଦୟ ମଳିକ, ରୁଦ୍ର ମାଧବ ହୋତା ପ୍ରମୁଖ ଚାଷୀ ନେତା କୃଷକଙ୍କ ସମସ୍ୟା ନେଇ ନିଜନିଜ ମତା ମତ ରଖିବା ସହ କାର୍ଯ୍ୟଳୟ ସେକ୍ସନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।


