ଏ ଆଇ କେ କେ ଏମ ଏସ ର ୪ର୍ଥ ଚାଷୀ ମୂଲିଆ ସମ୍ମିଳନୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ନାଉଗାଁ ବ୍ଲକ କମିଟି ପକ୍ଷରୁ ୪ର୍ଥ ବ୍ଲକସ୍ତରୀୟ ଚାଷୀ ମୂଲିଆ ସମ୍ମିଳନୀ କଂଟୁଣିଆ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କମିଟିର ସଂଗଠକ କମ୍ରେଡ ସୁବାସ ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ମିଳନୀରେ ବିଭିନ୍ନ ଚାଷୀ ମୂଲିଆ ଆନ୍ଦୋଳନ ଓ ସାମାଜିକ ଆନ୍ଦୋଳନର ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶହୀଦ ବେଦୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ରାଜ୍ୟ କିମିଟି ଉପସଭାପତି କମ୍ରେଡ ସଦାଶିବ ଦାସ ଯୋଗ ଦେଇ ଦିଲ୍ଲୀରେ ହୋଇଥିବା ଐତିହାସିକ ଚାଷୀ ଆନ୍ଦୋଳନ ଓ ସାଂପ୍ରତିକ ପରିସ୍ଥିତରେ ଏଆଇକେକେଏମଏସ ର ଭୂମିକା ସଂର୍ପକରେ ଆଲୋଚନା କରିଥିଲେ । ପରେ ବ୍ଲକ କମିଟିର ରାଜନୈତିକ ଚିଠା ପ୍ରସ୍ତାବ ସଭାପତି ମହେଶ୍ୱର ଦାସଙ୍କ ଦ୍ୱାରା ୧୦ଦଫା ସମ୍ବଳିତ ଦାବି ଗୁଡିକ ଉପସ୍ଥାପନ କରାଯାଇଥିଲା । ଏହି ସମ୍ମିଳନୀରେ ଯୋଗ ଦେଇଥିବା ଚାଷୀମାନେ ନିଜ ନିଜ ମତ ପ୍ରକାଶ କରିଥିଲେ । ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଆଠ ଜଣିଆ ନୂତନ ବ୍ଲକ କମିଟି ଗଠନ କରାଯାଇଛି । ସଭାପତି ଭାବେ ବସନ୍ତ ମଲ୍ଲିକ, ଉପସଭାପତି ଭାବେ ଅଜିତ କାଣ୍ଡୀ, ସଂପାଦଜ ଭାବେ ବାବାଜୀ କାଣ୍ଡୀ, ସହସଂପାଦକ ଭାବେ ପ୍ରଭାତ ଦାସଙ୍କୁ ମନୋନିତ କରାଯାଇଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ କାଳନ୍ଦୀ ସେଠୀ, କୈଳାସ ଚନ୍ଦ୍ର ସାମଲ, ରଂଜିତ ଜେନା, ପର୍ଶୁରାମ ଜେନାଙ୍କୁ ମନୋନିତ କରାଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।