ଏଆଇଟିୟୁସି ଆହ୍ୱାନରେ ଭୁବନେଶ୍ୱରରେ ମହାସମାବେଶକୁ ସଫଳ ପାଇଁ ଜିଲ୍ଲା କମିଟି ବୈଠକ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବନ୍ଦ କଳକାରଖାନାକୁ କାର୍ଯ୍ୟକ୍ଷମ କରିବା, ସର୍ବନିମ୍ନ ମଜୁରୀ ସଂଶୋଧନ, ସ୍କିମ୍ ୱାର୍କରଙ୍କୁ ସରକାରୀ କର୍ମଚାରୀର ମାନ୍ୟତା, ଇପିଏଫ୍ ପେନସନ୍ ଭୋଗୀଙ୍କୁ ମାସିକ ସର୍ବନିମ୍ନ ୯ହଜାର ଟଙ୍କା ଓ ମହଙ୍ଗା ଭତ୍ତା, ଶ୍ରମିକ ବିରୋଧୀ ଶ୍ରମକୋର୍ଡ଼ ପ୍ରତ୍ୟାହାର କରିବା, ବେକାରମାନଙ୍କୁ ନିଯୁକ୍ତି, ସରକାରୀ ଚାକିରିରେ ଖାଲିଥିବା ପଦବୀ ପୂରଣ, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଓ ସରକାରୀ ସଂସ୍ଥାକୁ ଘରୋଇକରଣ ବନ୍ଦ କରିବା ପ୍ରଭୃତି ଦାବି ନେଇ ଚଳିତ ଡିସେମ୍ବର ୧୬ ତାରିଖ ଶନିବାର ଦିନ ଏଆଇଟିୟୁସିର ଆହ୍ୱାନରେ ଭୁବନେଶ୍ୱରରେ ମହାସମାବେଶ ଅନୁଷ୍ଠିତ ହେବ ।ବୁଧବାର ସନ୍ଧ୍ୟାରେ ଏଆଇଟିୟୁସିର ବାଲେଶ୍ୱର ଜିଲ୍ଲା କମିଟିର ଜରୁରୀ ବୈଠକ ଭାଗବତ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇ ଆସନ୍ତା ୧୬ ତାରିଖ ମହାସମାବେଶରେ ଯୋଗଦେଇ ସଫଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା ରାଜ୍ୟ କମିଟିର ଆହ୍ୱାନ ଓ ଦାବିଗୁଡ଼ିକ ସଂପର୍କରେ ସୂଚନା ଦେଇଥିଲେ । ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ, ସଂପାଦକ ମାୟାଧର ନାୟକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶ୍ରମଜୀବୀ ଜନଗଣ ବିରୋଧି ଆଇନ୍ ବିରୁଦ୍ଧରେ ବାଲେଶ୍ୱରର ଶ୍ରମିକମାନେ ଭୁବନେଶ୍ୱର ସମାବେଶରେ ଯୋଗଦେବାକୁ ଆହ୍ୱାନ ଦେଇଥିଲେ । ପ୍ରତିରକ୍ଷା କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଜଗଦୀଶ ବାରିକ ଓ ହରେକୃଷ୍ଣ ଚାନ୍ଦ, ବିଦ୍ୟୁତ୍ କର୍ମଚାରୀ ନେତା ଭରତ ଚନ୍ଦ୍ର ସେଠୀ, ଉଠାଜଳସେଚନ କର୍ମଚାରୀ ସଂଘର ସହ ସଂପାଦକ ଶରତ ଚନ୍ଦ୍ର ଦଳାଇ, ବ୍ୟାଙ୍କ କର୍ମଚାରୀ ନେତା ପ୍ରଦୀପ କୁମାର ବେହେରା, ରିକ୍ସାଚାଳକ ସଂଘର କୋଷାଧ୍ୟକ୍ଷ ଉମାକାନ୍ତ ଜେନା, ନିର୍ମାଣ ଶ୍ରମିକ ସଂଘର ସଂପାଦକ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ସେମାନଙ୍କ ସଂଘର ସଭ୍ୟମାନେ ଭୁବନେଶ୍ୱର ସମାବେଶରେ ଯୋଗଦେବାକୁ ସହମତି ଜଣାଇଥିଲେ । ଶରତ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ