ଏକକ ପୃଷ୍ଠା ବିଶିଷ୍ଟ ଦରମା ବିଲ୍ ପ୍ରସ୍ତୁତି ଉପରେ ତାଲିମ୍ କାର୍ଯ୍ୟକ୍ରମ
ଛତ୍ରପୁର: ସରକାରୀ କର୍ମଚାରିଙ୍କ ଦରମା ବିଲ୍ ବାବଦରେ ପ୍ରତି ମାସରେ ଅଂଖ୍ୟ କାଗଜ ଓ ଅନେକ ସମୟ ମଧ୍ୟ ବ୍ୟୟ ହେଉଥିଲ।। ଏହାକୁ ଦୃଷ୍ଟିରେ ରଖି ସରକାର ଖର୍ଚ୍ଚକାଟ ନିମନ୍ତେ ଗୋଟିଏ ପୃଷ୍ଠାରେ ଦରମା ବିଲ କରାଯାଇପାରିବ ଓ ସମୟ ବଞ୍ଚାଯାଇ ପାରିବ ସେ ବିଷୟରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ। ଜନସାଧାରଣଙ୍କୁ ତ୍ୱରିତ୍ ସେବା ପ୍ରଦାନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ତାଲିମ କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଜିଲ୍ଲା ଟ୍ରେଜେରୀ ଅଧିକାରୀ ଭାଗ୍ୟଧର ମଲ୍ଲିକ ଏହା ପ୍ରକାଶ କରିଛନ୍ତି । ପୂର୍ବରୁ ପ୍ରତ୍ୟେକ ମାସରେ ଦରମା ବିଲ୍ ରେ ଅସଂଖ୍ୟ କାଗଜ ଓ ଅନେକ ସମୟ ବ୍ୟୟ ହେଉଥିଲା । ସଂପୃକ୍ତ କାର୍ଯ୍ୟାଳୟର ଅଧିକାରୀମାନଙ୍କର ମଧ୍ୟ ଅନେକ ଗୁଡିଏ ଦସ୍ତଖତର ଆବଶ୍ୟକତା ମଧ୍ୟ ରହୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏକକ ପୃଷ୍ଠା ବିଶିଷ୍ଟ ଦରମା ବିଲ ପ୍ରସ୍ତୁତ କରି ଟ୍ରେଜେରୀରେ ଦାଖଲ କରିବାକୁ ହେବ । ପ୍ରତ୍ୟେକ ପୂର୍ବ ମଙ୍କସର ୧୫ତାରିଖ ଠାରୁ ଚଳିତ ମଙ୍କସର ୧୪ତାରିଖ ପର୍ଯ୍ୟନ୍ତ ଅନୁପସ୍ଥିତ ବିବରଣୀ ପାଇଲା ପରେ ଦରମା ବିଲ୍ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ମଙ୍କସର ଦରମା ଅପ୍ରେଲ ୧ତାରିଖ ଦିନ ପ୍ରୋସେସ୍ କରାଯିବ । ଦରମା ବିଲ ପ୍ରସ୍ତୁତ କରିବା ପୂର୍ବରୁ ବେନେଫିସିଆରି ମିସ୍ ମ୍ୟାଚ ରିପୋର୍ଟକୁ ଭଲଭାବେ ତନଖୀ କରି ବିଲ ପ୍ରସ୍ତୁତ କରାଯିବ । ଦରମା ବିଲ ପ୍ରସ୍ତୁତ ବେଳେ ଆପେ ଆପେ ବେନେ ଫିସିଆରୀ ରିପୋର୍ଟ ଏଚ୍. ଆର. ଏମ. ଏସ. ରେ ପ୍ରସ୍ତୁତ ହୋଇଯିବ । ଦରମା ବିଲ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାପରେ ବେନେଫିସିଆରିକୁ ଭଲଭାବେ ତଦାରଖ କରି ବିଲ୍ ଅପଲୋଡ୍ କରିବାକୁ ହେବ । ଟୋକନ ଜେନେରେଟ୍ ହେବାପରେ ଏକକ ପୃଷ୍ଠା ବିଶିଷ୍ଟ ଦରମା ବିଲ୍ ସହ ବେନେଫିସିଆରୀ ତାଲିକା ଟ୍ରେଜେରୀରେ ଦାଖଲ କରିବାକୁ ପଡିବ । ଏହି ତାଲିମ୍ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ବିଲକ୍ଲର୍କ ଓ ଅଧିକାରୀ ମାନେ ଯୋଗଦେଇଥିଲେ । ଏଚ୍.ଆର୍.ଏମ.ଏସ ର ସହ ସଂଯୋଜକ ଗୁପ୍ତେଶ୍ୱର ରଥ ଏହି ତାଲିମ ପ୍ରଦାନ କରିଥିଲେ । ତାଙ୍କୁ ଏଥିରେ ଇଂ ଅଶୋକ କୁମାର ସେନାପତି , ଟ୍ରେଜେରୀ ମୁଖ୍ୟ ଆକାଉଣ୍ଟାଣ୍ଟ ଦିଲ୍ଲୀପ କୁମାର ମିଶ୍ର , ମାଷ୍ଟର ଟ୍ରେନର ଜିତେନ୍ଦ୍ର କୁମାର ସେଠୀ ପ୍ରମୁଖ ସହ ଯୋଗ କରିଥିଲେ ।