ଏକତରଫା ପ୍ରେମ କରି ଜେଲ ଗଲା ଯୁବକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ପାଟୁଳି ଅଞ୍ଚଳରେ ଜଣେ କଲେଜ ପଢୁଆ ଯୁବତୀଙ୍କୁ ଏକ ତରଫା ପ୍ରେମ ନିବେଦନ କରି ଯୁବକ ଜଣକ ଜେଲ ଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦୁଆପଦା ଗ୍ରାମର କେଶବ ପହି ନାମକ ଯୁବକ ଯୁବତୀ ଜଣକୁ କଲେଜ ରାସ୍ତାରେ ବାରମ୍ବାର ପ୍ରେମ ନିବେଦନ କରୁଥିଲା। ଏପରିକି ଯୁବତୀଙ୍କୁ ମଧ୍ୟ ଟଣାଓଟରା କରୁଥିଲା। ଏନେଇ ଯୁବତୀ ଜଣକ ଥାନାରେ ଲିଖିତ ଭାବେ ଜଣାଇବା ପରେ ପୁଲିସ ଯୁବକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ୩୨୯/୨୩ରେ ମାମଲା ରୁଜ୍ଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ