ଏକତାଙ୍କୁ ମିଳିଗଲେ ଦ୍ୱିତୀୟ ନାଗୁଣୀ

ଏକତା କପୁରଙ୍କ ସିରିଏଲ୍ “ନାଗିନ୍ ୪’କୁ ନେଇ ବେଶ୍ କିଛି ଦିନ ଚର୍ଚ୍ଚା ଜୋର ଚାଲିଛି । ପ୍ରଥମେ ଚର୍ଚ୍ଚା ଚାଲିଥିଲା ଲିଡ୍ ରୋଲକୁ ନେଇ । ତେବେ ତାହା ଫାଇନାଲ୍ ହୋଇଗଲା । ଏଥିରେ ନିୟା ଶର୍ମା ଅଭିନୟ କରିବେ । ଏକତା କପୁରନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ । ଆଉ ଏବେ ଦ୍ୱିତୀୟଲିଡ୍ ଚରିତ୍ର ଅର୍ଥାତ୍ ଦ୍ୱିତୀୟ ନାଗୁଣୀକୁନେଇ ଚର୍ଚ୍ଚା ଚାଲିଛି ।
“ନାଗିନ୍‌-୪’ର ଯେଉଁ ପ୍ରୋମା ପ୍ରସାରିତ ହେଉଛି, ସେଥିରେ ଦୁଇ ଜଣ ନାଗୁଣୀଙ୍କୁ ଦେଖିବାକୁ ମିଳୁଛି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ନିୟା ଶର୍ମା । ହେଲେ ଦ୍ୱିତୀୟ ଜଣକ କିଏ? ସୂଚନା ଅନୁଯାୟୀ, ଏହି ଦ୍ୱିତୀୟ ନାଗୁଣୀ ହେଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ଚର୍ଚ୍ଚା ହେଉଛି, ଅନେକ ଅଭିନେତ୍ରୀଙ୍କ ନାଁକୁ ବିଚାର କରାଯିବା ପରେ ଏହି ରୋଲ୍ ପାଇଁ ଅଙ୍କିତାଙ୍କୁ ଫାଇନାଲ୍ କରାଯାଇଛି । ହେଲେ ଏ ନେଇ ନିର୍ମାତା ଏକତା କପୁରଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ ।
ଯଦି ଏ କଥା ଠିକ୍‌, ତା’ହେଲେ ଏକ୍ତାଙ୍କ ସହିତ ଅଙ୍କିତାଙ୍କର ଏହା ଦ୍ୱିତୀୟ ସିରିଏଲ୍ ହେବ । ଏବା ପୂର୍ବରୁ ଅଙ୍କିତା ବାଲାଜୀ ଟେଲିଫିଲ୍ମସର ହିଟ୍ ସିରିଏଲ୍ “ପବିତ୍ର ରିସ୍ତା’ରେ ଲିଡ୍ ରୋଲରେ ଅଭିନୟ କରିଥିଲେ । ଏଥିରେ ତାଙ୍କ ବିପକ୍ଷରେ ସୁଶାନ୍ତ ସିଂହ ରାଜପୁତ ଅଭିନୟ କରିଥିଲେ । ଅଙ୍କିତାଙ୍କ ପୂର୍ବରୁ “ନାଗିନ୍‌-୪’ ପାଇଁ କ୍ରିଷ୍ଟଲ୍ ଡି’ସୌଜାଙ୍କୁ ଫାଇନାଲ କରାଯାଇଥିଲା । ହେଲେ କୌଣସି କାରଣରୁ ସେ ଏଥିରେ ସାମିଲ ହୋଇପାରିଲେ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ