ଏକତାର ନିଦର୍ଶନ ଦେଖାଉଥିବା ବ୍ରିଜ୍

ଭେନିସ୍ ସହର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍ ପ୍ରସିଦ୍ଧ । ଜଳମଗ୍ନ ଏହି ସହର ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଏଠାକାର ସ୍ଥାପତ୍ୟ ବେଶ୍ ଉଚ୍ଚକୋଟୀର । ତେବେ ନିକଟରେ ଏଠି ଆଉ ଏକ ସ୍ଥାପତ୍ୟ ପାଲଟିଛି ଆକର୍ଷଣର କେନ୍ଦ୍ର । ସେ ହେଉଛି ଲାରେଞ୍ଜା କୁଇନ୍ଙ୍କ ଦ୍ୱାରା ନିର୍ମିତ ଐତିହାସିକ ଆର୍ସେନେଲ୍ରେ ଥିବା ଛଅ ଯୋଡି ବିରାଟକାୟ ହାତ ପରସ୍ପରକୁ ଛୁଇଁ ରହିଥିବା ଏକ ବ୍ରିଜ୍ । ଉକ୍ତ ବ୍ରିଜଟି ସାଧାରଣ ବ୍ରିଜଠାରୁ ଦେଖିବାକୁ ସମ୍ପୂର୍ଣ୍ଣ ଅଲଗା । ପ୍ରାୟ ୫୦ ଫୁଟ୍ ଉଚ୍ଚ ଓ ୬୫ ଫୁଟ ଓସାର ବିଶିଷ୍ଟ ଏହି ବ୍ରିଜ୍ ଏବେ ଏକତାର ନିଦର୍ଶନ ପାଲଟିଛି । ତା’ ସହ ସେ ପାଞ୍ଚ ଯୋଡା ହାତକୁ ୫ଟି ମହାଦେଶ ଓ ଅନ୍ୟ ଏକ ଯୋଡା ହାତକୁ ଏମାନଙ୍କ ଭିତରେ ଥିବା ଭଲପାଇବା, ଯାହା ସେମାନଙ୍କୁ ଏକତ୍ର ରଖେ ଦର୍ଶାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ