ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ବିଶ୍ଵ ସାକ୍ଷରତା ଦିବସ ଓ ମେଧା ସମ୍ମାନ ସମାରୋହ

କୁଚିଣ୍ଡା, (ନୃପଲାଲ ଦେବ):କୁଚିଣ୍ଡା ସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଓ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ବିଦ୍ୟାଳୟ ପରିସରରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଚକ୍ରଧର ମାଝୀ ଙ୍କ ସଭାପତିତ୍ବରେ ଆଜି ବିଶ୍ୱ ସାକ୍ଷରତା ଦିବସ ପାଳନ ସହ ଏହି ସ୍କୁଲ ରେ ବିଗତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବା ତିନିଜଣ ମେଧାବୀ ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।ଏହି ଉତ୍ସବରେ କୁଚିଣ୍ଡା ଆଇ. ଟି. ଡି. ଏ ର ଯୋଜନା ପ୍ରଶାସକ ହେମ ସାଗର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମେଧା ଓ ପ୍ରତିଭା ର ସମ୍ମାନ କୁ ସ୍ବାଗତ କରିବା ସହ ଦେଶକୁ ସଂପୂର୍ଣ୍ଣ ସାକ୍ଷର କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।ସେହି ଭଳି ମୁଖ୍ୟ ବକ୍ତା ଭାବରେ ଭାତପୁରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଯୋଗଦେଇ ପ୍ରତିଭା ବିକାଶ କୁ ଏକ ଆନ୍ଦୋଳନ ର ରୂପ ଦେବାକୁ ହେବ ବୋଲି କହିଥିବା ବେଳେ ସନମାନୀୟ ଥିତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ନାୟକ, ସାମ୍ବାଦିକ ବିଜୁ ସାହୁ, ସାମ୍ବାଦିକ ନୃପଲାଲ ଦେବ ପ୍ରମୁଖ ଯୋଗ ଦେଇଥିଲେ l ସ୍କୁଲ ଟପ୍ପର ଭାବରେ ସୀମାରେଖା ବାଘ,ପ୍ରଥମ ,ତନୁଜା କିଶାନ,ଦ୍ବିତୀୟ, ଏବଂ ସୁରମା ପ୍ରଧାନ ତୃତୀୟ ସ୍ଥାନ ଗ୍ରହଣ କରିଥିବା ମେଧାବୀ ଛାତ୍ରୀ ଙ୍କୁ ମାନପତ୍ର ଦେଇ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ ।ଏହା ବ୍ୟତୀତ ବିଗତ ବର୍ଷ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ କ୍ରୁତିତ୍ଵ ହାସଲ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ସ୍ବେଚ୍ଛାସେବୀ ମାନସୀ ବଗର୍ତ୍ତି,ସହକାରୀ ଶିକ୍ଷୟିତ୍ରୀ ମଞ୍ଜିଲ ନାୟକ , ଭାରତୀ ଭୋଇ, ଅଧ୍ୟାପକ ଅନଙ୍ଗ ପଟେଲ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ