ଏକଶହ ଲିମ୍ବବୃକ୍ଷ ରୋପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଲିମ୍ବ ଅତ୍ୟନ୍ତ ପବିତ୍ର ବୃକ୍ଷ, ଯାହାର ଦାରୁରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ରୂପ ନେଇଥାନ୍ତି । ଏହି ମହାତ୍ମ୍ୟକୁ କାର୍ଯ୍ୟରେ ପରିଣତ କରିବା ଉଦ୍ଦେଶ୍ୟ ନେଇ ଆଜି ପବିତ୍ର ହେରାପଞ୍ଚମୀ ଅବସରରେ ଭଦ୍ରକ-୭୬ ଅନୁଷ୍ଠାନ ଆନୁକୂଲ୍ୟରେ ଭୁବନେଶ୍ୱର ଶିଖରଚଣ୍ଡୀ ମନ୍ଦିର ପାଦଦେଶରେ ଏକଶହଟି ଲିମ୍ବବୃକ୍ଷ ରୋପଣ କରାଯାଇଛି । ଏକଦା ଭଦ୍ରକ ମହାବିଦ୍ୟାଳୟରୁ ୧୯୭୬ ମସିହାରେ ଇଣ୍ଟର-ମିଡ଼ିଏଟ୍ ବିଜ୍ଞାନ ପାଠ୍ୟକ୍ରମ ଶେଷ କରି ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଲାଭ ସହ ବିଭିନ୍ନ ସରକାରୀ ଓ ବେସରକାରୀ ପଦପଦବୀରେ କାର୍ଯ୍ୟ କରି ଅବସର ନେଇଥିବା ସେବେର ଛାତ୍ରଛାତ୍ରୀମାନେ ଏକାଠି ହୋଇ ଭୁବନେଶ୍ୱରଠାରେ ଗଠନ କରିଛନ୍ତି ଅନୁଷ୍ଠାନ, ଭଦ୍ରକ-୭୬ । ସମାଜସେବାକୁ ଆୟୁଧ କରି ଏହି ଅନୁଷ୍ଠାନ ମାଧ୍ୟମରେ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଆଜିର ବୃକ୍ଷରୋପଣ ଅବସରରେ ତତ୍କାଳୀନ ଭଦ୍ରକ ମହାବିଦ୍ୟାଳୟର ଅଧ୍ୟାପକ ତଥା ଏବେ ଓଡ଼ିଶାର ଜଣାଶୁଣା ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଥମ ଲିମ୍ବବୃକ୍ଷଟି ରୋପଣ କରିଥିଲେ । ପୂର୍ବରୁ ମେସିନ୍ ସାହାଯ୍ୟରେ ଖୋଳାଯାଇଥିବା ଏକଶହଟି ଗାତରେ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟ ମାନେ ଅବଶିଷ୍ଟ ଲିମ୍ବବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ