ଏକାଠି ଆସିବେ ବିଦ୍ୟା ଓ କ୍ୟାଟ୍ରିନା

ବଲିଉଡର ଅନ୍ୟତମ ଦକ୍ଷ ଅଭିନେତ୍ରୀ ହେଉଛନ୍ତି ବିଦ୍ୟା ବାଲନ୍ ଓ କ୍ୟାଟ୍ରିନା କୈଫ୍ । ଦୁହେଁ ଅନେକ ବର୍ଷ ହେଲା ଇଣ୍ଡଷ୍ଟ୍ରୀରେ ଅଛନ୍ତି ଓ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ତେବେ ଏବେ ଆପଣମାନେ ଏ ଦୁହିଁଙ୍କୁ ଏକାଠି ଗାଟିଏ ଫିଲ୍ମରେ ଦେଖିପାରିବେ । ଯଦି ଖବରଟି ଠିକ୍‌, ତା’ହେଲେ ପ୍ରଥମ ଥର ପାଇଁ ଏ ଦୁହେଁ ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି ।
ଫିଲ୍ମର ନାଁ ଜଣାପଡ଼ିନି । ତେବେ ଏହାର ପ୍ରଯୋଜନା କରିବେ ଆନନ୍ଦ ଏଲ୍ ରାଏ । ଆଉ ଏହାର ନିର୍ଦ୍ଦେଶନା ଦେବେ ଅନିରୁଦ୍ଧ ଗଣପତି । ନିର୍ଦ୍ଦେଶକ ଭାବେ ସେ ଏହି ଫିଲ୍ମରେ ଡେବ୍ୟୁ କରିବେ । ରାଏ ପ୍ରଡକ୍ସନ୍ସ ହାଉସ୍ ସହିତ ସେ ଦୀର୍ଘ ଦିନ ହେବ ଜଡ଼ିତ ଅଛନ୍ତି । ଫିଲ୍ମଟିରେ ଉଭୟ ଆକ୍ସନ୍ ଓ କମେଡି ରହିବ ବୋଲି ଜଣାପଡ଼ିଛି ।
ଏକ ରିପୋର୍ଟ ଅନୁସାରେ, “ଜିରୋ’ ଫିଲ୍ମରେ ଅନିରୁଦ୍ଧ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ଆଉ ସେତେବେଳେ ହିଁ ସେ ଏହି ନୂଆ ପ୍ରୋଜେକ୍ଟ ପାଇଁ କ୍ୟାଟ୍ରିନାଙ୍କୁ ଅଫର୍ ଦେଇଥିଲେ । କ୍ୟାଟ୍ରିନା କୁଆଡ଼େ ତାଙ୍କ କଥାରେ ରାଜି ହୋଇଯାଇଥିଲେ । ସେହିଭଳି ଅନିରୁଦ୍ଧ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ବିଦ୍ୟାଙ୍କୁ ମଧ୍ୟ ଅଫର୍ ଦେଇଛନ୍ତି । ଏବେ ଏହି ଫିଲ୍ମର ସ୍କ୍ରିପ୍ଟ ଲେଖା କାମ ଚାଲିଛି ଓ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସ୍କ୍ରିପ୍ଟ କାମ ସରିଗଲେ ନିର୍ମାତା ଓ ନିର୍ଦ୍ଦେଶକ ଆନୁଷ୍ଠାନିକ ଭାବେ ଏହି ଦୁଇ ଅଭିନେତ୍ରୀଙ୍କ ସହିତ ଚୂଡ଼ାନ୍ତ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, କ୍ୟାଟ୍ରିନା ଏବେ “ସୂର୍ଯ୍ୟବଂଶୀ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ସହିତ ଅକ୍ଷୟ କୁମାର ଅଛନ୍ତି । ସେହିପରି ବିଦ୍ୟା “ଶକୁନ୍ତଳା ଦେବୀ’ଙ୍କ ବାୟୋପିକ୍‌ରେ କାମ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ