ଏକାଠି କାମ କଲେ ସଫଳତା ନିଶ୍ଚିତ : ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ. ଶ୍ରୀମତୀ ମିନତୀ ବେହେରା ମହୋଦୟା ବାର୍ଷିକ ବିବରଣୀ ଶୁଣି ତାଙ୍କର ଖୁସି ବ୍ୟକ୍ତ କରିବା ସହିତ ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ଶିଶୁ ଏବଂ ମହିଳା ସୁରକ୍ଷା ଆଇନ୍ ବିଷୟରେ ଅବଗତି କରାଗଲେ ନିଶ୍ଚିତ ଭାବରେ ସମାଜରେ ସ୍ଥିରତା ଆସିପାରିବ ଓ ସମସ୍ତଙ୍କୁ ଏକାଠି ହୋଇ କାମ କରିବାପାଇଁ ଆହ୍ୱାନ ଦେଇଥିଲେ । ସବୁ କ୍ଷେତ୍ରରେ ସମସ୍ତେ ମିଳିମିଶି କାମକଲେ ସଫଳତା ନିଶ୍ଚିତ ଭାବରେ ମିଳିବ ବୋଲି ସେ ନିଜର ବକ୍ତବ୍ୟରେ କହିଥିଲେ । ଶ୍ରୀମତୀ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ସମ୍ପୁର୍ଣ୍ଣ ହୋଇଥିଲା । ଆଗାମୀ ବର୍ଷରେ କିପରି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସବୁକ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିବ ବୋଲି ସଦସ୍ୟମାନଙ୍କୁ ଆଲୋକ ପାତ କରିଥିଲେ । ଓଡିଶା ରାଜ୍ୟ ଶାଖା ତରଫରୁ ଶ୍ରୀମତୀ ବେହେରାଙ୍କ ବହୁମୂଲ୍ୟ ସମୟ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ