ଏକାଠି ଭୋଜନ କଲେ ବଢ଼େ ଆତ୍ମୀୟତା

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମିଳିମିଶି ଭୋଜନ କରିପାରୁନାହାଁନ୍ତି । ଦିନର ଅଧିକାଂଶ ସମୟ ଏକୁଟିଆରେ ବିତିଯାଉଛି । ଆଧୁନିକତା ସ୍ପର୍ଶରେ ପରିବାରର ସଂଜ୍ଞାରେ ମଧ୍ୟ ଆସିଛି ପରିବର୍ତ୍ତନ । ତେବେ ପରିବାରବର୍ଗଙ୍କ ସହିତ ମିଶି ଏକାଠି ଭୋଜନ କଲେ ଆତ୍ମୀୟତା ବଢ଼େ । ଏହା ସହିତ ପରସ୍ପର ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି । କୋନଲ ବିଶ୍ୱବିଦ୍ୟାଳୟ ଏବଂ ସିକାଗୋ ବିଶ୍ୱବିଦ୍ୟାଳୟର କେତେକ ଗବେଷକ ମିଳିମିଶି ଭୋଜନ କଲେ ଏହାର ପ୍ରଭାବ କିଭଳି ମାନସିକସ୍ତରକୁ ପ୍ରଭାବିତ କରୁଛି ତାହା ଅନୁଧ୍ୟାନ କରିଥିଲେ । ଜଣାପଡ଼ିଥିଲା ଯେ ଏହା ଦ୍ୱାରା ମନ ପ୍ରଫୁଲ୍ଲ ହୋଇଥାଏ । ଫଳରେ ବିଷାଦଗ୍ରସ୍ତ ସ୍ଥିତିରୁ ସହଜରେ ମୁକ୍ତି ମିଳିଥାଏ । ସୂଚନା ଯୋଗ୍ୟ, ୨୦୧୭ରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଥିଲା ଯେ ଯଦି ୨ ଜଣ ଲୋକ ଏକାଠି ଭୋଜନ କରନ୍ତି ତେବେ ସେମାନଙ୍କ ମଧ୍ୟରେ ସ୍ୱତଃ ନିବିଡ଼ତା ବଢ଼ିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ