ଏକାଦଶତମ କୃଷିଗଣନା ସମ୍ପର୍କିତ ଜିଲ୍ଲାସ୍ତରୀୟ ତାଲିମ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାସ୍ତରୀୟ ଏକାଦଶତମ କୃଷିଗଣନା ସମ୍ପର୍କିତ ଏକ ଦୁଇଦିନିଆ ତାଲିମ ଶିବିର ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ଓ ସଂଯୋଜନା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଦୁର୍ଗାପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମରେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି କୃଷି ଗଣନାର ଉଦେଶ୍ୟ, ଆଭିମୁଖ୍ୟ ଓ କାର୍ଯ୍ୟକାରିତା ଉପରେ ଆଲୋକପାତ କରି ଏହି କୃଷି ଗଣନାର ଗୁଣାତ୍ମକ ତଥ୍ୟ ସଂଗ୍ରହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପାଦନ କରିବାକୁ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଯୋଜନା ଓ ସଂଯୋଜନା ବିଭାଗ ଉପନିର୍ଦ୍ଦେଶିକା ଆରତୀ ନାୟକ ଏହି ଦୁଇଦିନିଆ ତାଲିମ ଶିବିରରେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲାର ସମୁଦାୟ ୧୫୯୧ଟି ଗ୍ରାମ ଓ ସହରାଞ୍ଚଳରେ ଡିଜିଟାଲଭାବେ ମୋବାଇଲ ଆପରେ ତିନୋଟି ପର୍ଯ୍ୟାୟରେ ସର୍ଭେ କାର୍ଯ୍ୟ କରାଯିବ । ଏହି ସର୍ଭେରେ ଜମି ମାଲିକାନା, ଜମିର ଆକାର, ପ୍ରକାର, ବୃହତ, କ୍ଷୁଦ୍ର ଓ ନାମମାତ୍ର ଚାଷୀ, ବ୍ୟକ୍ତିଗତ, ଯୁଗ୍ନ ଓ ଆନୁଷ୍ଠାନିକ ଯୋତ, ଫସଲ ପ୍ରଣାଳି, କୃଷି ଯନ୍ତ୍ରପାତିର ବ୍ୟବହାର, ରାସାୟନିକ ସାର ପ୍ରୟୋଗ ଏବଂ କିଟନାଶକ ଔଷଧ ପ୍ରୟୋଗ ଇତ୍ୟାଦି ଉପରେ ତଥ୍ୟ ସଂଗ୍ରହ କରାଯିବ । ଏହି କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିାବା ପାଇଁ ଜିଲ୍ଲାର ୯ଟି ତହସିଲର ଅମିନ, ଆରଆଇ, ସହକାରୀ ଆରଆଇ, ଜିଲ୍ଲା କୃଷିକାର୍ଯ୍ୟଳୟର ଭିଏଡବ୍ଲୁ ତଥା ଜିଲ୍ଲା ପରିସଂଖ୍ୟାନ ବିଭାଗର କ୍ଷେତ୍ର କର୍ମଚାରୀ, କ୍ଷେତ୍ର ପରିଦର୍ଶକ ତଥା ଷ୍ଟାଟିଷ୍ଟିକାଲ ଅଫିସରମାନେ କାର୍ଯ୍ୟ କରିବେ । ଏହି ଦୁଇଦିନିଆ ତାଲିମ ଶିବିରର ପ୍ରଥମ ଦିନ ୭ତାରିଖରେ ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ଓ ରାଜକନିକା ତହସିଲ ଏବଂ ୮ତାରିଖରେ କେନ୍ଦ୍ରାପଡା, ଡେରାବିଶ, ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ତହସିଲର ସମସ୍ତ ଗଣନାକାରୀ ପରିଦର୍ଶକ ଓ ନୋଡାଲ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ କାର୍ଯ୍ୟଳୟର ଷ୍ଟାଟିଷ୍ଟିକାଲ ଅଫିସର ଅଜୟ କୁମାର ସ୍ୱାଇଁ, ଖଗେଶ୍ୱର ମହାନ୍ତି, ସନ୍ତୋଷ କୁମାର ପରିଡା, ପୁଷ୍ପାଞ୍ଜଳୀ ପଣ୍ଡା, ବରଦା ପ୍ରଶନ୍ନ ଦାସ, ଆଲୋକେଶ ପ୍ରଧାନ ଏହି ତାଲିମ ଶିବିରର ସୁପରିଚାଳନରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ