ଏକାଦଶାହ ସ୍ମୃତିସଭା
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ନିକଟ ବାଘମରା ଠାରେ ଅବସରପ୍ରାପ୍ତ ସ୍କୁଲ କର୍ମଚାରୀ ଭାସ୍କର ଚନ୍ଦ୍ର ଗୋଚ୍ଛାୟତଙ୍କ ଏକାଦଶାହ ସ୍ମୃତିସଭା ଶିକ୍ଷାବିତ ଗଦାଧର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମାଜିକ କର୍ମାୀ ବିକାଶ ସାମଲ, ସୀତାକାନ୍ତ ଜେନା, ସରପଞ୍ଚ କମଳ ନନ୍ଦ, ପ୍ରେମାନନ୍ଦ ନାୟକ, ଏବିଇଓ ପୁରୁଷୋତ୍ତମ ଧଳ, ନିତ୍ୟାନନ୍ଦ ଦାସ, କରୁଣାକର ବାରିକ, ଘନଶ୍ୟାମ ସ୍ୱାଇଁ, ବାଇଧର ଘଡେଇ, ମାନସ ପାତ୍ର ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମୃତ୍ୟୁଞ୍ଜୟ ଗୋଚ୍ଛାୟତ ଧନ୍ୟବାଦ ଦେଇଥିଲେ ।


