ଏକାଦଶୀ ଅବସରରେ ଶ୍ରୀ ବଳଦେବଜୀଉଙ୍କ ପ୍ରଳମ୍ବାସୁର ବେଶ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପବିତ୍ର କାର୍ତ୍ତିକମାସ ଏକାଦଶୀ(ଶୁକ୍ଳ) ତିଥି ଅବସରରେ ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କୁ ପ୍ରଳମ୍ବାସୁର ବେଶରେ ସଜ୍ଜିତ କରାଯାଇଛି । ପୁରାଣ କଥାନୁଯାଇ ଦ୍ୱାପରଯୁଗରେ ବଡଭାଇ ବଳରାମ ଓ ସାନଭାଇ ଶ୍ରୀକୃଷ୍ଣ(ଜଗନ୍ନାଥ) ଗୋପାଳ ବାଳକମାନଙ୍କ ସହିତ ଖେଳୁଥିବା ସମୟରେ କଂସ ମହାରାଜାଙ୍କ ଦ୍ୱାରା ପ୍ରେରିତ ରାକ୍ଷସ ପ୍ରଳମ୍ବ ନାମକ ଦୁର୍ଦ୍ଦାନ୍ତ ଅସୁର ଚକ୍ରାନ୍ତ କରି ବଳରାମଙ୍କୁ କାନ୍ଧରେ ବସାଇ ମାରିଦେବାକୁ ନେଉଥିଲା । ମାତ୍ର ବଳରାମ ଏହା ଜାଣିପାରି ଅସୁର ପ୍ରଳମ୍ବା ମୁଣ୍ଡରେ ପ୍ରଚଣ୍ଡ ମୁଷ୍ଟି ଆଘାତ କରି ତାକୁ ବିନାଶ କରିଥିଲେ । ଅସୁର ମରିବା ଦେଖି ଅତି ଆନନ୍ଦିତ ହୋଇ ସାନଭାଇ ଶ୍ରୀକୃଷ୍ଣ ଜ୍ୟେଷ୍ଠଭାତା ବଳରାମଙ୍କ ମସ୍ତକରେ ନିଜ ପାଟ ଉତ୍ତରୀୟ ବାନ୍ଧି ଦେଇଥିଲେ । ଏହି ପରମ୍ପରା ଅନୁଯାଇ ସାନଭାଇ ଜଗନ୍ନାଥ (ଶ୍ରୀକୃଷ୍ଣ) ଶ୍ରୀକ୍ଷେତ୍ରରୁ ପ୍ରତିବର୍ଷ ଘନନୀଳ, ପୀତ ଓ ରକ୍ତ ବର୍ଣ୍ଣର ପାଟ ପ୍ରଳମ୍ବାସୁର ବେଶ ପାଇଁ ପଠାଇଥାନ୍ତି । କାର୍ତ୍ତିକମାସ ଏକାଦଶୀ(ଶୁକ୍ଳ)ତିଥି ଅବସରରେ ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କୁ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ପାଟଶାଢୀକୁ ପିନ୍ଧାଯାଇ ପ୍ରଳମ୍ବାସୁର ବେଶରେ ସଜ୍ଜିତ କରାଯାଇଛି । କୋଭିଡ ଯୋଗୁଁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ଶ୍ରୀଜୀଉଙ୍କ ଏହି ବେଶକୁ ଦର୍ଶନ କରିପାରିନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ