ଏକାମ୍ର ସଂସ୍କୃତିକ ପ୍ରକାଶନୀ, ଲିଙ୍ଗରାଜ ମହୋତ୍ସବ ୨ୟ ଦିନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଲିଙ୍ଗରାଜ ମହୋତ୍ସବ ଦ୍ୱିତୀୟ ଦିବସରେ କଳାକାରଙ୍କ ନୃତ୍ୟ ବିମୋହିତ କରିଥିଲା । ଏଥିରେ ପ୍ରଥମେ ତ୍ରୀଧାରା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ । ପରେ କଟକ କଳାବିକାଶ କେନ୍ଦ୍ର ପକ୍ଷରୁ ନୃତ୍ୟ, ମୟୁରଭଞ୍ଜର ଛଉ ନୃତ୍ୟ, କଳାହାଣ୍ଡି କେସିଙ୍ଗାର ବୃନ୍ଦାବନ ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲୋକ ନୃତ୍ୟ ଓ କେନ୍ଦ୍ରୀୟ ପୂର୍ବାଚଂଳ ସାଂସ୍କୃତିକ ପରିଷଦ ପକ୍ଷରୁ କଥକ ନୃତ୍ୟ ପରିବେଷଣ ଚିତାକର୍ଷକ ହୋଇଥିଲା । ପ୍ରକାଶନୀର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଓ ସାଧାରଣ ସମ୍ପାଦକ ସନତ ମିଶ୍ରଙ୍କ ତତ୍ୱାବଧାନରେ ଏହି ଉତ୍ସବରେ ଅତିଥି ଭାବେ ଭୁବନେଶ୍ୱର ଓକିଲ ସଂଘର ସଭାପତି ରବିନାରାୟଣ ସାମନ୍ତରାୟ, ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର ବଡ଼ପଣ୍ଡା, କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର, ପୁଷ୍ପିତା ଦାସ ପ୍ରମଖ ଓଡ଼ିଶାର କଳା ସଂସ୍କୃତିକୁ ପ୍ରତ୍ସୋହନ ଦେବା ସମ୍ପର୍କରେ ଭାଷଣ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ