ଏକ୍ଜୁଟିଭ ଅଫିସରଙ୍କୁ ଗୁଳିମାଡ ଅଭିଯୋଗ
ନୟାଗଡ ଜିଲ୍ଲା ଦଶପଲ୍ଲା ପଞ୍ଚାୟତର ଏକ୍ଜୁଟିଭ ଅଫିସରଙ୍କୁ ଗୁଳିମାଡ ଅଭିଯୋଗ ଗୁଳିମାଡରେ ଏକ୍ଜୁଟିଭ ଅଫିସର ମୁରଲୀ ବାରିକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡରେ ଦୁଇଟି ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରୀଯୁକ୍ତ ବାରିକ ମଧ୍ୟଖଣ୍ଡ ପଞ୍ଚାୟତର ମହାନ୍ତିପଲ୍ଲୀ ଗ୍ରାମରୁ ଏକ ମିଟିଙ୍ଗ ସାରି ବାଇକ ଯୋଗେ ଫେରୁଥିବା ବେଳେ ମହାନ୍ତିପଲ୍ଲୀ ନିକଟରେ ତାଙ୍କୁ ଗୁଳିମାଡ ହୋଇଥିଲା ଗୁଳିମାଡ କରି ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏକ୍ଜୁଟିଭ ଅଫିସରଙ୍କ ସହିତ ବାଇକରେ ବସିଥିବା ଜିଆରଏସ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ତେବେ ଗୁଳିମାଡର କାରଣ ସ୍ପଷ୍ଟ ରହିଛି ।