ଏକ୍ସନ୍‌-ଏଡ୍ ପକ୍ଷରୁ ୨ ଅକ୍ସିଜେନ୍ କନ୍‌ସେନ୍‌ଟ୍ରେଟର୍ ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା): କରୋନା ମହାମାରୀର ଦ୍ୱିତୀୟ ଲହରର୍ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢାଇଛି ଏକ୍ସନ୍‌-ଏଡ୍ ସଂସ୍ଥା । ରୋଗୀଙ୍କ ଚିକିତ୍ସାରେ ସୁବିଧା ଲାଗି ଏକ୍ସନ୍‌-ଏଡ୍ ପକ୍ଷରୁ ୨ ଟି ହାଇଫ୍ଲୋ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ଯୋଗାଇ ଦିଆଯାଇଛି । ସଂସ୍ଥାର ଆଞ୍ଚଳିକ ପ୍ରବନ୍ଧକ ଦେବବ୍ରତ ପାତ୍ର, ବି.ଏନ୍‌.ଦୁର୍ଗା ଏବଂ ଶୁଭେନ୍ଦୁ ରାଏ ପ୍ରମୁଖ ଆଜି ଏହି ଅକ୍ସିଜେନ୍ କନ୍‌ସେନ୍‌ଟ୍ରେଟର୍ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକଙ୍କୁ ହସ୍ତାନ୍ତର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଏକ୍ସନ୍‌-ଏଡ୍ ସଂସ୍ଥାକୁ ସାଧୁବାଦ ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ