ଏକ୍ସପାଇରି ଦ୍ରବ୍ୟ ବିକି ଲକ୍ଷେ ଟଙ୍କା ତଣ୍ଡ ଗଣିଲେ ବିଶାଲ ମାର୍ଟ କର୍ତ୍ତୁପକ୍ଷ
ରାୟଗଡା,(ଦୁର୍ଗା ପ୍ରସାଦ ପାଢ଼ୀ):ଏକ୍ସପାଇରି ଦ୍ରବ୍ୟ ବିକି ଲକ୍ଷେ ଟଙ୍କା ତଣ୍ଡ ଗଣିଲେ ବିଶାଲ ମାର୍ଟ କର୍ତ୍ତୃପକ୍ଷ। ସୂଚନା ମୁତାବକ ଗତ ୧୪ ତାରିଖ ଦିନ ଜଣେ ଗ୍ରାହକ ତଥା ସାମ୍ୱାଦିକ ସଂଗ୍ରାମ ପଟ୍ଟନାୟକ ୨୭୨ ଟଙ୍କା ଦେଇ ୧୦୦୦ ଗ୍ରାମର ଆଳୁ ଭୂଜିଆ କ୍ରୟ କରିଥିଲେ। କିନ୍ତୁ ତାହା ଘରକୁ ଯିବା ପରେ ଏକ୍ସପାଇରି ହୋଇଥିବା ଜାଣିଥିଲେ । ଏହାକୁ ନେଇ ଗ୍ରାହକ ସଂଗ୍ରାମ ବିଶାଲ ମାର୍ଟର କର୍ତ୍ତୃପକ୍ଷଙ୍କୁ ବିଲ୍ ସହ ନେଇ ଅବଗତ କରାଇଥିଲେ ସୁଦ୍ଧା ଏହା ଆମେ ବିକ୍ରି କରିନାହୁଁ ବୋଲି କହି ରୋକଠୋକ ମନା କରିଦେଇଥିଲେ । ଉକ୍ତ ଘଟଣାକୁ ନେଇ ବିଶାଲ ମାର୍ଟର ଟିମ୍ ଲିଡର ସନ୍ଦିପ ଶତପଥୀଙ୍କୁ ପଚାରିବାରୁ ସେ ବିଭିନ୍ନ ବାହାନା କରି ଏଡ଼ାଇ ଦେଇଥିଲେ। ଯାହାଫଳରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଏ ନେଇ ଅବଗତ କରିବା ପରେ ସେ ଆସି ଉକ୍ତ ବିକ୍ରି ହୋଇଥିବା ଏକ୍ସପାଇରି ଖାଦ୍ୟ ଦ୍ରବ୍ୟକୁ ପରଖିବା ପରେ ୧ ଲକ୍ଷ ଜୋରିମାନା ପକାଇଥିଲେ ଓ ଏହା ସାତ ଦିନ ଭିତରେ ଡିପୋଜିଟ କରିବା ନେଇ ସମୟ ଦେଇଥିଲେ। ଏହା ସହ ଉକ୍ତ ମାର୍ଟରେ ଅନେକ ଖାଦ୍ୟ ଦ୍ରବ୍ୟର ଏକ୍ସପାଇରି ତାରିଖରେ ଗଡବଡ ଥିବା ଦେଖି ଆଚାର ଓ ଅନ୍ୟାନ୍ୟ ଦ୍ରବ୍ୟକୁ ନିଜ ସହ ନେଇ ଲାବ କୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ଦେଇଥିଲେ। ଏହା ସହ ଉକ୍ତ ମାର୍ଟ ମୂଖ୍ୟ ରାସ୍ତା କଡ଼ରେ ଥିବା ବେଳେ ରାସ୍ତା ଉପରେ ବାଡ଼ ତିଆରି କରିଥିବା ଦେଖିବା ସହ ଡ୍ରେନ ଉପରେ ଟାଇଲସ୍ ପକେଇ ନିଜ ଅକ୍ତିଆରରେ ରଖିଥିବା ବେଳେ ରାୟଗଡ଼ା ପୌର ପରିଷଦ କର୍ତ୍ତୁପକ୍ଷ ଆସି ଉକ୍ତ ବାର୍କେଡକୁ ହଟାଇବା ସହ ସନ୍ଧ୍ୟା ଭିତରେ ଡ୍ରେନ ଉପରୁ ଅଧିଗ୍ରହଣ ହଟାଇବା ନେଇ ଚେତାବନୀ ଦେଇଛନ୍ତି । ନଚେତ ପୌର ପରିଷଦ ତରଫରୁ ଭଙ୍ଗାଯିବ ବୋଲି ପୌର ପରିଷଦ ପକ୍ଷରୁ ଟ୍ୟାକ୍ସ ଅଧିକାରୀ ବାବୁଲି ଦାଶ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ସେହିଭଳି ରାୟଗଡ଼ା ସହରରେ ଏଭଳି ବିଭିନ୍ନ ମାର୍ଟ ଖୋଲି ବ୍ୟବସାୟ କରୁଥିଲେ ମଧ୍ୟ କେହି ନିୟମ ନମାନି ବ୍ୟବସାୟ କରୁଥିବା ନଜର କୁ ଆସିଛି।