ଏକ୍ସପାରୀ ଔଷଧ ଯୋଗୁଁ ଶିଶୁ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠର ଗୋଷାଣି ବ୍ଳକ ଅନ୍ତର୍ଗତ ଯାଜପୁର ଗ୍ରାମରେ ଜଣେ ୧୧ମାସର ଶିଶୁପୁତ୍ର ମ଼ୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାରୁ ପ୍ରକାଶ ଉପେନ୍ଦ୍ର ସ୍ୱାଇଁଙ୍କ ୧୧ମାସର ଶିଶୁପୁତ୍ରଙ୍କ ସହ ଗ୍ରାମର କିଛି ଶିଶୁଙ୍କୁ ନିୟମିତ ସ୍ବାସ୍ଥ୍ୟ ପରିକ୍ଷା କରାଯାଇ ଶିଶୁମାନଙ୍କର ଓଜନ କମ ରହିଥିବରୁ କିଛି ଔଷଧ ଦିଆଯାଇଥିଲା | ଏହି ଔଷଧ ସେବନ ପରେ ଶିଶୁ ମାନଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା. ସମସ୍ତ ଶିଶୁଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା | ହେଲେ ଉପେନ୍ଦ୍ର ସ୍ୱାଇଁଙ୍କ ଶିଶୁପୁତ୍ର ବ୍ୟତୀତ ଅନ୍ୟ ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟଅବସ୍ଥା ବିପଦମୁକ୍ତ ହୋଇଥିଲା. ଉପେନ୍ଦ୍ରଙ୍କ ପୁତ୍ରର ସ୍ବାସ୍ଥ୍ୟବସ୍ତା ଗୁରୁତର ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା | ଉକ୍ତ ଶିଶୁଟି ଗତକାଲି କଟକ ଶିଶୁ ଭବନ ଠାରେ ମୃତ୍ଯୁ ଘଟିଥିଲା | ମୃତ୍ଯୁ ପାଇଁ ସ୍ଥାନିୟ ଅଙ୍ଗନୱାଡ଼ି, ଆଶା କର୍ମୀ ଓ ଏଏନଏମ ଶିଶୁକୁ ଏକ୍ସପାରୀ ଔଷଧ ଦେବାରୁ ଶିଶୁର ମୃତ୍ୟୁ ଘଟିଥିବା ଦାବିକରି ପରିବାର ଓ ଗ୍ରାମବାସୀ ଦାୟୀ କରି ପାରଳାଖେମୁଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଶିଶୁର ମୃତ ଦେହକୁ ରଖି ରାସ୍ତାକୁ ଅବରଧ କରିଛନ୍ତି| ପ୍ରସାସନ ପକ୍ଷରୁ ଆଶା, ଅଙ୍ଗନୱ୍ବାଡ଼ି ଓ ଏ.ଏନ୍ଏମଙ୍କ୍ ବିରୋଧରେ ତୁରନ୍ତ୍ ପଦକ୍ଷେପ ନିଆଯାଇ ପରିବାର ବର୍ଗଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ଦାବି ହୋଇଛି | ଘଟଣା ସ୍ତ୍ଥଳରେ ପାରଳା ଆଦର୍ଶ ଥାନା ଅଧିକାରୀ ବାବୁଲି ନାୟକ ତହସିଲଦାର୍ ନାରାୟଣ ବେହେରା ଓ ଆଡ଼ିସିନାଲ ତହସିଲଦାର ବିପିନ ଲିମ୍ମା ପ୍ରମୁଖ ପହଂଚି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହ ଲୋକଙ୍କୁ ବୁଝା ବୁଝି କରିବା ପରେ ଦିନ ୧୧.୩୦ ସମୟରେ ରାସ୍ତା ଅବରୋଧ ପ୍ରତ୍ୟହୃତ ହୋଇ ଅବରୋଧ ଯୋଗୁଁ ପାରଳାଖେମୁଣ୍ଡି -ବ୍ରହ୍ମପୁର ରାସ୍ତାରେ ରାସ୍ତା ଅବରୋଧ ଯୋଗୁଁ ଅଟକି ରହିଥିବା ସମସ୍ତ ବସ ଓ ବିଭିନ୍ନ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ