ଏକ କୁଇଣ୍ଟାଲ ଗଞ୍ଜେଇ ସହ ଗାଡି ଜବତ : ୩ ଜଣ ଗିରଫ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ମଧୁସ୍ମିତା ନାୟକ ଓ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ପକ୍ଷରୁ ଚଢ଼ାଉ କରି ଫୁଲବାଣୀ ଏଫସିଆଇ ଛକ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ସୁଇଫ୍ଟ କାରରେ ଚାଲାଣ ହେଉଥିବା ୭୦ କେଜି ଗଞ୍ଜେଇ ଅବକାରୀ କର୍ମଚାରୀ ଜବତ କରିବା ସହ କଟକ ସଦର ଥାନାର କମଳ କୁମାର ଜେନା (୩୪) ଏବଂ ଫୁଲବାଣୀ ସଦର ଥାନା ଅନ୍ତର୍ଗତ କଳାବଗ ଜାମଝରି ବିରକିଶ୍ୱର ବେହେରା (୩୨) ଦୁଇଜଣ କୁ ଜିଲ୍ଲା ମୋବାଇଲ ଇନିସ୍ପେକଟର ସନ୍ତୋଷ କୁମାର ପ୍ରଧାନ ଗିରଫ କରି କେସ ନଂ୧୨/୨୧ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ସେହିପରି ଅବକାରୀ ବିଭାଗ ପକ୍ଷରୁ ଏକ ଧଳା ରଙ୍ଗର ଟାଟା ଇଣ୍ଡିଗୋ କାରରେ ଚାଲାଣ ହେଉଥିବା ୩୦ କେଜି ଗଞ୍ଜେଇ ଅବକାରୀ କର୍ମଚାରୀ ବିଶିପଡା ଛକ ନିକଟରେ ଜବତ କରିବା ସହ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ରଘୁପତି କଁହର (୪୧) ଙ୍କୁ ଜିଲ୍ଲା ମୋବାଇଲ ଓ ଆଇସି ତାଇଲା ଓରାମ ଗିରଫ କରି ଅଭିଯୁକ୍ତ ରଘୁପତିଙ୍କର ଗାଡିକୁ ଜବତ କରି କେସ ନଂ ୬୪/୨୧ ପ୍ରକାରେ ଏକ ଗଞ୍ଜେଇ ଚୋରା ଚାଲାଣ ଜନିତ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଫୁଲବାଣୀ ସଦର ଅବକାରୀ ଏସ ଆଇ ସନ୍ତୋଷ କୁମାର ପ୍ରଧାନ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି । ଅନୀଲ କୁମାର ପାଣିଗ୍ରାହୀ, ଜ୍ଞାନ ପ୍ରକାଶ ସାହୁ, ସଦାଶିବ ରଣା, ଏମ୍ ସଂଜୀବ କୁମାର, କଂଗ୍ରେସ ବେହେରା, ଅମରଜିତ ସାହୁ,ସଞ୍ଜୟ ପାତ୍ର, ଏବଂ ସନ୍ତୋଷ ପ୍ରଧାନ ପ୍ରମୁଖ ଅବକାରୀ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ ।