ଏକ କୋଇଲା ବୋଝେଇ ଟ୍ରକ ଚକା ପମ୍ପଚର ହେବାରୁ ଜଳିଗଲା

କେନ୍ଦ୍ରାପଡା (ଯୁଗାଦ୍ଧ ନ୍ୟୁଜ୍) – ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ପାରାଦୀପରୁ ଚଣ୍ଡିଖୋଲ ଆଡକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକର ଗୋଟିଏ ପଛ ଚକ ୫ନମ୍ବର(କ)ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର ଓଭରବ୍ରିଜ ନିକଟରେ ହଠାତ ଫାଟିବାରୁ ଟ୍ରକଟି ଡାହଣପଟକୁ ଢଳି ପଡି ଜଳି ଉଠିଥିଲା । ଖବରପାଇ କେନ୍ଦ୍ରାପଡା ଅଗ୍ନିଶମ ବିଭାଗର ୨ଟି ଗାଡି ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲା । ଏଥିସହିତ ଆଘାତପ୍ରାପ୍ତ ସଂପୃକ୍ତ ଟ୍ରକ ଚାଳକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସଦର ଥାନା ପୋଲିସ ମଧ୍ୟ ଖବରପାଇ ସେଠାରେ ପହଁଚି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ