ଏକ କୋଟି ଟଙ୍କା ଠକି ନେଲେ ବାପା ପୁଅ
ନବରଙ୍ଗପୁର( ଯୁଗାବ୍ଦ ନ୍ୟୁଜ)- ବାପା ପୁଅ ଙ୍କ ଦ୍ଵାରା ଏକ କୋଟି ରୁ ଉର୍ଦ୍ଧ ଚଳୁ ଅଭିଯୋଗ । ନବରଙ୍ଗପୁର ସହରରେ ସରଳ ଲୋକଙ୍କୁ ଉଚ୍ଚ ସୁଧର ଲାଳସା ଦେଖାଇ କାଷ୍ଠାର୍ଜିତ ସମ୍ପତ୍ତି ହଡପ କରାଯାଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି । ନବରଙ୍ଗପୁର ସହରର ଏ . ଭେଙ୍କେଟ ରାଓ ଓ ଏ ବାଶୁ ନାମକ ବାପା ପୁଅ ୨୦୧୪ ମସିହାରୁ ଠାରୁ ପ୍ରତିଦିନ କିଛି ଲୋକଙ୍କୁ ନେଇ ଏକ ଗ୍ରୁପ କରି ସେମାନଙ୍କ ଠୁ ଟଙ୍କା ଆଦାୟ କରୁଥିଲେ ଏବଂ ପ୍ରତ୍ୟେକ ମାସ ର ଏକ ନିର୍ଦ୍ଧିଷ୍ଟ ଦିନ ରେ ଏହାକୁ ଗ୍ରୁପ ର ସଦସ୍ୟ ମଧ୍ୟରୁ ଯାହାକୁ ଆବଶ୍ୟକ ସେ ଆଦାୟ ଟଙ୍କା ନେଉଥିଲେ ଓ ସେ ଟଙ୍କା କୁ ସେହି ସଦସ୍ୟ ଠିକ ସମୟରେ ସୁଧ ସହିତ ପୈଠ କରୁଥିଲେ । ଗ୍ରୁପ ସଦସ୍ୟ ଙ୍କ ଠୁ ଟଙ୍କା ଆଦାୟ କରି ଉକ୍ତ ବାପା ପୁଅ ନିଜ ପାଖରେ ରଖୁଥିଲେ । ଏଭଳି କିଛି ଦିନ ଠିକ ରେ ଉଭୟ ଙ୍କ ମଧ୍ୟରେ କାରବାର ଠିକ ରେ ଚାଲିଥିବା ବେଳେ କିନ୍ତୁ ଦିନେ ଏପରି ଲକ୍ଷାଧିକ ଟଙ୍କା ଚତୁରତାର ସହିତ ଲୋକଙ୍କୁ ଆଦାୟ କରାଯାଇ ସେହି ଟଙ୍କା କୁ ନିଜ ଆତ୍ମୀୟ ସଜ୍ଜନ ଙ୍କ ପ୍ରଦାନ କରି ଆନ୍ଧ୍ରପ୍ରଦେଶ ରେ ଘର କରି ନବରଙ୍ଗପୁର ସହର ଛାଡି ଚାଲିଯାଇଥିବା କ୍ଷତିଗ୍ରସ୍ତ ଲୋକ ମାନେ ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବେ ନବରଙ୍ଗପୁର ଗାଦବାଗୁଡ଼ା ସ୍ଥିତ ନିଜ ଜାଗା କୁ ବିକ୍ରୟ ପାଇଁ ଆସିଥିବା ବେଳେ ଲୋକେ ଦେଖି ତାଙ୍କୁ ପୋଲିସ ରେ ଜୀମ୍ମା ଦେଇଥିଲେ । ଉଚ୍ଚ ସୁଧ ପାଇବା ଆଶାରେ ଟଙ୍କା ବାନ୍ଧି ଲୁଟ ର ଶିକାର ହେବା ଦ୍ୱାରା ଲୋକେ ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏସମ୍ପର୍କରେ ଲୁଟ ର ଶିକାର ହୋଇଥିବା ଲୋକ ଙ୍କ ଠୁ ଅଭିଯୋଗ ପାଇବା ପରେ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ର ପ୍ରତିଶୃତି ଦେଇଛନ୍ତି ନବରଙ୍ଗପୁର ଥାନା ଅଧିକାରୀ ।