ଏକ କ୍ୟୁଣ୍ଟାଲ ଗଞ୍ଜେଇ ସହ ଅଟୋ ଜବତ, ଜଣେ ଗିରଫ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଅବକାରୀ ଥାନାର କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଅଟୋକୁ ଯାଞ୍ଚ କରିବା ସମୟରେ ଅଟୋରୁ ୧ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି। ଚିତ୍ରକୋଣ୍ଡା ନିଳାପାରି ଥାନା ଅଞ୍ଚଳର ଅଟୋ ଡ୍ରାଇଭର ତଥା ମାଲିକ ପ୍ରଶାନ୍ତ ଖରାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ମାମଲା ରେ ଆଉ କେଉଁ ମାନେ ସାମିଲ ଅଛନ୍ତି ତାକୁ ଚିହ୍ନଟ କରି ତାଙ୍କ ଵିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଓଆଇସି ଅମିୟ କୁମାର ଖଞ୍ଜାକୁ ନିର୍ଦ୍ଦେଶ ଦିଆ ହେଇଛି।ଏହି ପେଟ୍ରୋଲିଂ ଡ୍ୟୁଟି ସମୟ ରେ ଏସ ଆଇ ଅମିୟ କୁମାର ଖଞ୍ଜା, ଏ ଏସ ସାଇ ଜେମେସ ମାଲଖମ୍ ସାହୁ, କନେଷ୍ଟବଳ ଆନନ୍ଦ ପ୍ରଧାନ, ବିପୁଲ ଶେଖର ଯୋଦ୍ଧର, ପବିତ୍ର ଭତ୍ର। ଓ ଅନ୍ୟମାନେ ଉପସ୍ଥିତ ଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ