ଏକ ଘରୋଇ କୋଚିଂ ସେଣ୍ଟରକୁ ସମ୍ପୂର୍ଣ୍ଣ ସିଲ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):କରୋନା ସଂକ୍ରମଣକୁ ପ୍ରତିହତ କରିବା ନେଇ ଘୋଷିତ ଲକ୍‌ ଡାଉନ୍‌ ନିୟମାବଳୀ ଉଲ୍ଲଂଘନ କରି ଶିକ୍ଷାଦାନ କରୁଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଗୁରୁବାର ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ସୂଚନା ମିଳିଛି। ଲକ୍‌ ଡାଉନ ସମୟରେ କୋଚିଂ ସେଣ୍ଟର ମଧ୍ୟରେ ସଟର ବନ୍ଦ କରି ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରାଯାଉଥିଲା। ଖବରପାଇଁ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଠିତ ଏକ ସ୍କ୍ବାର୍ଡ ପହଞ୍ଚି କୋଚିଂ ସେଣ୍ଟରକୁ ସିଲ କରିଥିବା ଜଣାପଡିଛି ।ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଆସନ୍ତା ଜୁନ ୩୦ ପର୍ଯ୍ୟନ୍ତ ସମଗ୍ର ଜିଲାକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହାକୁ ବେଖାତିର କରି ଗଜପତି ନଗର ଛକରେ ଥିବା ଏକ ଘରୋଇ କୋଚିଂ ସେଣ୍ଟର ବାହାରୁ ସଟର ବନ୍ଦ କରି ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରି ଅସୁଥିଲା ।ଗୁରୁବାର ଏନେଇ ଖବର ମିଳିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଠିତ ଏକ ସ୍କ୍ବାର୍ଡ ଦଳ କୋଚିଂ ସେଣ୍ଟର ଉପରେ ଚଢାଉ କରିଥିଲେ। ଚଢାଉବେଳେ ବନ୍ଦ କୋଚିଂ ସେଣ୍ଟର ମଧ୍ୟରେ ପ୍ରାୟ ୨୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଲକ୍‌ ଡାଉନ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନିକ ଅଧିକାରୀମାନେ ଉକ୍ତ କୋଚିଂ ସେଣ୍ଟରକୁ ସମ୍ପୂର୍ଣ୍ଣ ସିଲ କରିଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ