ଏକ ଦିବସୀୟ ତାଲିମ ଶିବିର ପାଳିତ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍‌) : ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ସ୍ଥାନୀୟ ବିଦ୍ୟାଳୟ ଗଣେଷ ବିଦ୍ୟାପୀଠ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ସାର -୨ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଛତ୍ରପୁର ବିଇଓ ଅବିନାଶ ଶତପଥୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହାସହ ଅଭିଭାବକଙ୍କୁ କିଛି ନୂତନ ଦିଗଦର୍ଶନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ନୃସିଂହ ଚରଣ ମିଶ୍ର, ସିଆରସିସି ରୀତାରଥ ପ୍ରମୁଖ ଯୋଗଦେଇ କାର୍ଯକ୍ରମ ସଂପର୍କରେ ଅବଗତ କରାଇଥିଲେ । ଏହି ଶିବିରକୁ ବ୍ଲକ ସମ୍ବଳ ଶିକ୍ଷକ ଅଶ୍ୱିନୀ କୁମାର ପାଇକରାୟ ଓ ଦୀପାଞ୍ଜଳି ମହାନ୍ତି ପରିଚାଳନା କରିଥିବା ବେଳେ ଅର୍ନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଅଶୋକ ପଲେଇ ସହ ଯୋଗ କରିଥିଲେ । ଏହି ଶିବିର ନଭେମ୍ବର ୧୯, ୨୧ ଓ ୨୨ ତାରିଖ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ