‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଯୁବକଙ୍କୁ ଯାତ୍ରୀ ଭଡ଼ାରେ ୫୦ ପ୍ରତିଶତ ରିହାତି

‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରା କରୁଥିବା ଯୁବ ଯାତ୍ରୀ ଯେଉଁମାନଙ୍କ ଆୟ ମାସିକ ୫ ହଜାର ଟଙ୍କାରୁ କମ ହୋଇଥିବ, ସେମାନେ ଏହି ରିହାତି ପାଇପାରିବେ । ଯାତ୍ରୀ ଭଡ଼ାରେ ରିହାତି ବ୍ୟବସ୍ଥା କେବଳ ସାଧାରଣ ରେଳ ଗାଡ଼ିରେ ଲାଗୁ ହେବ । ସ୍ୱତନ୍ତ୍ର ରେଳ ଗାଡ଼ି ଏବଂ ସ୍ୱତନ୍ତ୍ର ସୁବିଧା ଥିବା ରେଳ ଗାଡ଼ିରେ ଏହା ଲାଗୁ ହେବ ନାହିଁ । ଯାତ୍ରା ଆରମ୍ଭ ହେଉଥିବା ସ୍ଥାନ ଠାରୁ ଗନ୍ତବ୍ୟ ସ୍ଥଳ ପର‌୍ୟ୍ୟନ୍ତ ୩୦୦ କିମିରୁ ଅଧିକ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମେଲ,ଏକ୍ସପ୍ରେସ ଟ୍ରେନର ଦ୍ୱିତୀୟ ଶ୍ରେଣୀ କିମ୍ବା ସ୍ଲିପର ଶ୍ରେଣୀରେ ଫେରନ୍ତା ଯାତ୍ରା ଲାଗି ଗୋଟିଏ ଥର ଯାତ୍ରୀ ଭଡ଼ା ଉପରେ ମଧ୍ୟ ଏହି ରିହାତି ମିଳିବ । ଏହି ରିହାତି ବିଭିନ୍ନ ରାଜ୍ୟର ସମ୍ପୃକ୍ତ ମାନବ ସମ୍ବଳ ବିକାଶ ବିଭାଗର ସଚିବଙ୍କ ଦ୍ୱାରା ନିର୍ଦ୍ଧାରିତ ଫର୍ମରେ ଜାରି ପ୍ରମାଣପତ୍ର ଦେଖାଇବା ପରେ ହିଁ ମିଳିବ । ଇଚ୍ଛୁକ ଅଂଶଗ୍ରହଣକାରୀ ରେଳବାଇର କ୍ଷମତାପ୍ରାପ୍ତ ଅଧିକାରୀ, ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ ଓ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ପ୍ରମୁଖଙ୍କ ଆଗରେ ଏହି ପ୍ରମାଣପତ୍ର ଦାଖଲ କରିବାକୁ ହେବ । ଏହାପରେ ତାଙ୍କୁ ଯାତ୍ରୀ ଭଡ଼ାରେ ରିହାତି ଲାଗି ଆଦେଶ ଜାରି କରାଯିବ । ଏହି ଆଦେଶ ଆଧାରରେ ସମ୍ପୃକ୍ତ ରେଳ ଷ୍ଟେସନ ମାଷ୍ଟର ଯାତ୍ରୀ ଭଡ଼ାରେ ରିହାତି ପାଇଁ ଅନୁମତି ଦେବେ । କେନ୍ଦ୍ର କିମ୍ବା ରାଜ୍ୟ ସରକାର, ସ୍ଥାନୀୟ ବୈଧାନିକ ସଂସ୍ଥା, ନିଗମ କିମ୍ବା ରାଷ୍ଟ୍ରାୟତ ଉପକ୍ରମ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଯେଉଁ ଯାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରାଯାଉଛି ସେମାନେ ଏହି ରିହାତି ପାଇପାରିବେ ନାହିଁ । ଯାତ୍ରାରେ ରିହାତି କେବଳ ମୂଳ ଭଡ଼ା ଉପରେ ହିଁ ଲାଗୁ ହେବ । ରେଳ ଟିକେଟ ଉପରେ ଲାଗୁଥିବା ଅତିରିକ୍ତ ଦେୟ, ଆରକ୍ଷଣ ଶୁଳ୍କ ତଥା ଅନ୍ୟ ଶୁଳ୍କ ଉପରେ ରିହାତି ମିଳିବାର ବ୍ୟବସ୍ଥା ନାହିଁ । ରିହାତି ସଂକ୍ରାନ୍ତ କୌଣସି ପ୍ରକାର ଅଭିଯୋଗ ଥିଲେ ସମ୍ପୃକ୍ତ ରେଳ ଜୋନ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକଙ୍କ ସହ ଯୋଗାଯୋଗ କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ