ଏକ ଭିନ୍ନ ମନ୍ଦିର : ଯେଉଁଠି ଭୋଗ ବଦଳରେ ମିଳେ ସୁନା ଗହଣା

ସାଧାରଣତଃ ମନ୍ଦିରକୁ ଗଲେ ଅଧିକାଂଶ ସମୟରେ ପ୍ରସାଦ ରୂପରେ ଆମକୁ ନଡ଼ିଆ, ମିଠା, ମିଶ୍ରି ପ୍ରଭୃତି ଦିଆଯାଇଥାଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି, ମନ୍ଦିର ଗଲେ ପ୍ରସାଦ ବଦଳରେ ସୁନା ଗହଣା ଦେବା କଥା । କଥାଟି ଶୁଣିବାକୁ ଆପଣଙ୍କୁ ଅଡୁଆ ଲାଗୁଥିଲେ ବି ଏହା ସତ ।
ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏହି ପ୍ରସିଦ୍ଧ ମହାଲକ୍ଷ୍ମୀଙ୍କ ମନ୍ଦିରରେ ଏପରି ହୋଇଥାଏ । ଏହି ମନ୍ଦିରରେ ପ୍ରସାଦ ବା ଭୋଗରେ ଭକ୍ତମାନଙ୍କୁ ଦିଆଯାଇଥାଏ ସୁନା ଗହଣା । ଏଥିପାଇଁ ବର୍ଷକ ୧୨ ମାସ ଏହି ମନ୍ଦିରରେ ଲୋକଙ୍କ ଭିଡ଼ ଲାଗିଥାଏ । ବର୍ଷର କିଛି ଦିନ ଏହି ମନ୍ଦିରର ପ୍ରାଚୁର୍ଯ୍ୟର ଦେବତା ପ୍ରଭୁ କୁବେରଙ୍କର ଦରବାର ଲାଗିଥାଏ । ବର୍ଷସାରା ଭକ୍ତମାନେ ଆସି ଏହି ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ପ୍ରତିମାରେ ସୁନା ଗହଣା ଚଢ଼ାନ୍ତି ।
ବିଶେଷ କରି ଧନ୍ତେରାସ ଓ ଦୀପାବଳିରେ ମାଆଙ୍କ ମନ୍ଦିରରେ ସୁନା ଓ ରୁପା ପଇସାରେ ମାଳ ତିଆରି କରି ସଜା ଯାଇଥାଏ । ଏହି ମନ୍ଦିରରୁ ଆସୁଥିବା ଭକ୍ତ ଖାଲି ହାତରେ ଘରକୁ ଫେରନ୍ତିନାହିଁ । ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ପ୍ରସାଦ ରୂପରେ ସୁନା ଗହଣା ଦିଆଯାଇଥାଏ । ଏଥିପାଇଁ ଦୂରଦୂରାନ୍ତରୁ ଲୋକେ ମନ୍ଦିରକୁ ମାଆ ମହାଲକ୍ଷ୍ମୀଙ୍କ ଦର୍ଶନ ପାଇଁ ଆସିଥାନ୍ତି । ବିଶ୍ୱାସ ରହିିଛି ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ରୂପରେ ଯେଉଁ ସୁନାଗହଣା ଓ ଟଙ୍କା ମିଳିଥାଏ । ଭକ୍ତମାନେ ଏହାକୁ ଖର୍ଚ୍ଚ ନ କରି ଶୁଭ ମନାସି ନିଜ ପାଖରେ ସବୁବେଳେ ରଖିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ