ଏକ ଭ୍ରଷ୍ଟ ସରକାରକୁ ବିଦା କରିବାର ପ୍ରକୃଷ୍ଟ ସମୟ
ନୂଆଦିଲ୍ଲୀ(ଏଜେନ୍ସି): କେନ୍ଦ୍ର ନିର୍ବାଚନ ଆୟୋଗ ଆଜି ସପ୍ତଦଶ ଲୋକସଭା ନିର୍ବାଚନ (୨ଠ୧୯) ପାଇଁ ବିଜ୍ଞପ୍ତି ଘୋଷଣା କରିବା ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ମତମନ୍ତବ୍ୟ ପ୍ରକାଶ ପାଇବାରେ ଲାଗିଛି । ଏହି ମର୍ମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିୱାଲ ଆଜି ପ୍ରତିକ୍ରିୟା ରଖି କହିଛନ୍ତି, କେନ୍ଦ୍ରାସୀନ ଏକ ଭ୍ରଷ୍ଟ ସରକାରକୁ ବିଦା କରିବା ପାଇଁ ଦେଶବାସୀଙ୍କ ପାଇଁ ଏହା ପ୍ରକୃଷ୍ଟ ସମୟ । ଦେଶର ସମସ୍ତ ନାଗରିକ ନିଜ ମତସାବ୍ୟସ୍ତ କରିବା ପୂର୍ବକ ଏକ ସୁସ୍ଥ ଓ ସେମାନଙ୍କ ସୁଃଖଦୁଃଖକୁୂ ବୁଝୁଥିବା ସରକାର ଗଠନ ଦିଗରେ ଆଗେଇ ଆସନ୍ତୁ ବୋଲି କେଜରିୱାଲ କହିଛନ୍ତି । ସେହିପରି ଚଳିତ ନିର୍ବାଚନରେ ନୂଆକରି ଭୋଟ୍ ଦେବାକୁ ଯାଉଥିବା ଭୋଟରଙ୍କୁ (୧୮/୧୯ବର୍ଷରେ ଉପନୀତ) ପ୍ରେରଣା ଦେବା ଉଦ୍ଦେଶ୍ୟରେ କେଜରିୱାଲ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏକ ସଶକ୍ତ ଭାରତବର୍ଷ ଗଠନ ଦିଗରେ ସେମାନଙ୍କ ସହଯୋଗ କାମନା ପୂର୍ବକ ଲୋଭ ତଥା ଚାପର ବଶବର୍ତ୍ତୀ ନହୋଇ ସେମାନେ ନିଜ ମନର କଥା ଶୁଣନ୍ତୁ ଓ ପସନ୍ଦର ପ୍ରାର୍ଥୀ ତଥା ଦଳକୁ ଭୋଟ୍ ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।