ଏକ ରୂପ
ତୁମ କୃପାବଳେ
ତୁମକୁ ଆଙ୍କୁଛି
ହାତେ ରଙ୍ଗ ତୂଳୀ ଧରି,
ତୁମ ଦୃଷ୍ଟିବଳେ
ତୁମକୁ ଦେଖୁଛି
ଦିବ୍ଯ ଦୃଷ୍ଟି ଭାବ ଭରି ।
ବିଶ୍ବ ବ୍ରହ୍ମାଣ୍ଡ ହିଁ
ତୁମରି ସ୍ବରୂପ
ସଂପୂର୍ଣ୍ଣ ଦେଖିନି ଯିଏ,
ଯାହା ସେ ଆଙ୍କିବ
ତାହା ପୂର୍ଣ୍ଣ ରୂପ
କେମିତି କହିବ ସିଏ ।
ରଙ୍ଗ ତୂଳୀ ଶୀଳ୍ପି
ହାତରେ ଧରିଲେ
ତୁମ ରୂପ ଭାବେ ବସି,
ତୁମ ଦିବ୍ଯରୂପ
ତୁମେ ଆଙ୍କି ଦିଅ
ଶୀଳ୍ପିର ହୃଦୟେ ପସି ।
ତୁମରି ଇଛାରେ
ତୁମ ରୂପ ଆଙ୍କେ
ରଙ୍ଗରେ ବୁଡାଇ ତୂଳୀ,
ଜାଣି ଜାଣି ତୁମେ
ତା ନୟନେ ନାଚ
ବେଶ ହୋଇ ଭଳି ଭଳି ।
ଅଟକି ଗଲେ ସେ
ଆଖି ବୁଜିଦିଏ
ସନ୍ଦେହ ମୋଚନ ପାଇଁ,
ସବୁ ରଙ୍ଗ ନେଇ
ଏକଠାବେ ଫେଣ୍ଟେ
ଭିନ୍ନତା ଯାଏ ଦୂରେଇ ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ