ଏକ ସେକେଣ୍ଡରେ ୩୦ଟି କାମ କରିପାରିବ ରୋବୋଟ୍‌

ନୂଆଦିଲ୍ଲୀ : ମ୍ୟାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏକ ଚାରି ଗୋଡ଼ିଆ ରୋବୋଟ୍ ତିଆରି କରିଛି । ଏହି ରୋବୋଟ ପାଖରେ ଏକ ସେକେଣ୍ଡରେ ୩୦ଟି ନିଷ୍ପତ୍ତି ନେବାର କ୍ଷମତା ରହିଛି । ଏହି ରୋବୋଟ୍‌ର ନାଁ ମିନି ଚିତା ରଖାଯାଇଛି । ଚିତା ଭଳି ଦୁଇ ଗୋଡ଼ରେ ଚାଲିବାର କ୍ଷମତା ମଧ୍ୟ ମିନି ଚିତା ରୋବୋଟ ପାଖରେ ରହିଛି । ଏହି ରୋବୋଟ ଫୁଟବଲ ଖେଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମ୍ୟାସାଚ୍ୟୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ସେଙ୍ଗବେଇ କିମ୍ କହିଛନ୍ତି ଯେ ୟୁଟ୍ୟୁବରେ ଆଫ୍ରିକୀୟ ଚିତା ଦେଖିବା ଲାଗି ସେ ପସନ୍ଦ କରନ୍ତି । ତେଣୁ ସେ ଦୁଇ ସ୍ନାତକ ଛାତ୍ର ବେନ୍ କାଟଜ୍ ଓ ଜେରେଡ୍ ଡି କାଲୋଙ୍କୁ ନେଇ ମିନି ଚିତା ରୋବୋଟ ତିଆର କରିଥିଲେ । ମିନି ଚିତା ଓ ଆଫ୍ରିକୀୟ ଚିତା ମଧ୍ୟରେ ୧୦ ଗୁଣା ସ୍ପିଡ୍‌ର ଅନ୍ତର ରହିଛି । ଆଫ୍ରିକୀୟ ଚିତା ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଦୌଡ଼େ । କିନ୍ତୁ ମିନି ଚିତା ରୋବୋଟ୍ ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଦୌଡିପାରିବ । ପ୍ରଫେସର କିମ୍‌ଙ୍କ କହିବା ଅନୁସାରେ ମିନି ଚିତା ନାମକ ରୋବୋଟ ସିଧା ହେବା ପାଇଁ ଅତି ସହଜ ପ୍ରକ୍ରିୟା ରହିଛି । କିନ୍ତୁ ରୋବୋଟ୍ ୩୬୦ ଡିଗ୍ରୀରେ ବୁଲିବା ପ୍ରକ୍ରିୟା ବହୁତ କଷ୍ଟ ରହିଛି । ଏଥିରେ ରୋବୋଟର ସେଫ୍ ଲୋଡିଙ୍ଗ ଚ୍ୟାଲେଞ୍ଜ ରହିଛି । କାହିଁକି ଲୋଡିଙ୍ଗ ଠିକ ଭାବେ ନ ହେଲେ ଦ୍ୱିତୀୟ ଥର ରୋବୋଟ୍ ଡେଇଁ ପାରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ