ଏଗାରଶହ କିଲୋମିଟର ଚାଲି ଚାଲି ନିଜ ଗାଁକୁ ଫେରିଲେ
ଶେରଗଡ,(ଦେବୀ ପ୍ରସାଦ ଦାଶ):ଶେରଗଡ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ନରେନ୍ଦ୍ରପୁରର ଦଶ ଜଣ ଦାଦନ ଶ୍ରମିକ ଚେନ୍ନାଇ ରେ ଦାଦନ ଖଟିବାକୁ ଯାଇ ଲକଡାଉନ ଯୋଗୁଁ ଚେନ୍ନାଇ ରେ ଫସିରହିଥିଲେ ଲକଡାଉନ ଅବଧି ବାରମ୍ବାର ବଢିବା ଫଳରେ ଖାଇବାକୁ ନପାଇ ଶେଷରେ ଚାଲି ଚାଲି ଆସିବାକୁ ନିଷ୍ପତ୍ତି ନେଇଥିଲେ ।ଦୀର୍ଘ ବାର ଦିନ ଏଗାରଶହ କିଲୋମିଟର ଚାଲି ଚାଲି ନିଜ ଗାଁକୁ ଫେରିଥିଲେ ।ଫେରିବା ରାସ୍ତା ରେ ହାଇଦ୍ରାବାଦ ପୋଲିସ ଦୁଇଦିନ ଅଟକାଇ ରଖିଥିଲେ ପରେ ଛାଡିଥିଲେ ଗାଁରେ ପହଞ୍ଚିବା ପରେ ସେମାନଙ୍କୁ ନରେନ୍ଦ୍ରପୁର ସ୍ଥିତ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ଆଇସୋଲେସନ ରୁମରେ ରଖାଯାଇଛି ରଖାଯାଇଥିବା ବ୍ୟକ୍ତି ମାନେ ହେଲେ ଉପେନ୍ଦ୍ର ପ୍ରଧାନ, ଅକ୍ଷୟ ନାୟକ?,ମଙ୍ଗଳା ପୋଲାଇ,କୈଳାସ ପୋଲାଇ,ଜିତେନ୍ଦ୍ର ପୋଲାଇ,ସୁବାସ ସ୍ବାଇଁ,ପରି ସ୍ବାଇଁ ,ଚିତ୍ରସେନ ଭୂୟାଁ,ଧୋବା ଭୂୟାଁ,ବସନ୍ତ ଭୂୟାଁ,ଏମାନଙ୍କୁ ଚଉଦ ଦିନ ଆଇସୋଲେସନ ରୁମରେ ରଖିଲା ପରେ ପରିକ୍ଷଣ କରି ଛଡାଯିବ