ଏଚ୍ଡିଏଫସି ଇରଗୋ ଇନସ୍ୟୁରାନ୍ସ୍ ଆୱାରନେସ୍ ଆୱାଡ ଜୁନିଅର କୁଇଜ୍

କଟକରେ ଅନୁଷ୍ଠିତ ହୋଇଥିବା ଏଚ୍ଡିଏଫସି ଇରଗୋ ଇନସ୍ୟୁରାନ୍ସ୍ ଆୱାରନେସ୍ ଆୱାଡ ଜୁନିଅର କୁଇଜ୍-୨୦୧୯ ରେ ଲଜପତ ରାଏ ଡିଏଭି ପବ୍ଲିକ ସ୍କୁଲ କୁ ସିଟି ରାଓଣ୍ଡର ବିଜେତାରୂପେ ଘୋଷଣା କରାଜାଇଛି । ଏଥିରେ ଅଂଶଗ୍ରହଣ କରିଥିବା ୨୦ ବିଦ୍ୟାଳୟ ମଧ୍ୟରୁ ସମ୍ଭବ ମିଶ୍ର ଏବଂ ସଂକ୍ଳପ ଭୂୟାଁ ଙ୍କ ଟିମ ସଫଳତାର ସହିତ ସମସ୍ତ ଲେଭଲକୁ ଅତିକ୍ରମ କରିଥିଲା । ସିଟି ରାଉଣ୍ଡରେ ବିଜୟଲାଭ କରିଥିବା ବିଜେତା ମାନେ ରାଏପୁର, ବ୍ରହ୍ମପୁର, କଟକ, ଦୁର୍ଗାପୁର, ଗୌହାଟି, ଜାମସେଦ୍ପୁର ଜୋର୍ହାଟ, କୋଲକତା, ପାଟନା, ରାଂଚି ଏବଂ ସିଲିଗୁଡି ଇତ୍ୟାଦି ବିଜେତା ମାନଙ୍କୁ ଜୋନାଲ ରାଓଣ୍ଡରେ ପରସ୍ପରକୁ ଭେଟିବେ, ଯାହାକି କୋଲକତାରେ ଅନୁଷ୍ଠିତ ହେବ । ଏଥିରେ କଟକର ୨୦ଟି ସ୍କୁଲର ୫,୦୦୦ରୁ ଅଧିକ ୮ମ ଏବଂ ୯ମ ଶ୍ରେଣୀ ଶିକ୍ଷାର୍ଥୀ ଯୋଗଦେଇଥିଲେ । ବୀମା ସମ୍ପର୍କରେ ସେମାନଙ୍କ ଜ୍ଞାନ ଏହି ଅବସରରେ ପରଖା ଯାଇଥିଲା । ଏହି ଅବସରରେ କମ୍ପାନୀର ଶେୟାର ସର୍ଭିସ୍ ଏବଂ ଅନ୍ଲାଇନ୍ ବିଜ୍ନେସ୍ ସଭାପତି ମେହମୁଦ୍ ମନସୁରୀ କହିଲେ, ଆମେ କଟକର ଲଜପତ ରାଏ ଡିଏଭି ପବ୍ଲିକ ସ୍କୁଲ କୁ ଏଚ୍ଡିଏଫସି ଇରଗୋ ଇନସ୍ୟୁରାନ୍ସ୍ ଆୱାରନେସ୍ ଆୱାଡ ଜୁନିଅରି କୁଇଜର୍୍-୨୦୧୯ ବିଜେତାରୂପେ ଅଭିନନ୍ଦନ ଜଣାଉଛୁ । ଏହି କାର୍ଯ୍ୟକ୍ରମକୁ ଆମେ ୪ ବର୍ଷ ଧରି ସଫଳତାର ସହିତ ଆୟୋଜନ କରୁଛୁ । ସ୍କୁଲ ସ୍ତରରେ ପିଲାଙ୍କ ମଧ୍ୟରେ ବୀମା ପ୍ରତି ସଚେତନତା ସୃଷ୍ଟି କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ