ଏଚ୍‌ଡିଏଫ୍‌ସି ଇରଗୋ ପକ୍ଷରୁ ପିଲାଙ୍କୁ ଗୁଣବତାଯୁକ୍ତ ଶିକ୍ଷା ପ୍ରଦାନ ପାଇଁ ପାଣ୍ଡିଆ ପଥର ସରକାରୀ ସ୍କୁଲର ପୁନଃନିର୍ମାଣ

ଭାରତ ଅଗ୍ରଣୀ ଘରୋଇ ଅଣ-ଜୀବନ ବୀମା ପ୍ରଦାନକାରୀ କମ୍ପାନୀ ଏଚ୍‌ଡିଏଫ୍‌ସି ଇରଗୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଲିଃ. ପକ୍ଷରୁ ସିଏସ୍‌ଆର କାର୍ଯ୍ୟକ୍ରମ ‘ ଗାଁ ମେରା’ ଅଭିଯାନ ଅନ୍ତର୍ଗତ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକ୍‌ରେ ଥିବା ପାଣ୍ଡିଆ ପଥର ଗାଁର ଜୟ ଦୁର୍ଗା ଉଚ୍ଚ ପ୍ରାଥମିକ ସରକାରୀ ସ୍କୁଲର ପୁନଃନିର୍ମାଣ କରାଯାଇଛି । ଗ୍ରାମୀଣ ଭାରତରେ ଶିକ୍ଷା, ପରିମଳ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ । ଗ୍ରାମୀଣ ଅଂଚଳରେ ଶିକ୍ଷାର୍ଥୀଙ୍କ ପାଇଁ ଉପଯୁକ୍ତ ସୁରକ୍ଷିତ ପରିବେଶ ଉପଲବ୍ଧ କରାଇବା ଉପରେ ଏଚ୍‌ଡିଏଫସି ଇରଗୋ ପ୍ରାଥମିକତା ଦେଇଥାଏ ।

ଖରାପ ନିର୍ମାଣ ସ୍ଥିତି ତଥା ସାଧାରଣ ସୁବିଧା ସୁଯୋଗର ଅଭାବ ଯୋଗୁ ସ୍କୁଲରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ଛାତ୍ରଛାତ୍ରୀଙ୍କୁ ସାଧାରଣ ପରିମଳ ବ୍ୟବସ୍ଥା ଏବଂ ଶିକ୍ଷା ସୁବିଧା ଯୋଗାଇଦେବାକୁ ଏଚ୍‌ଡିଏଫସି ଇରଗୋ ପକ୍ଷରୁ ସ୍କୁଲର ପୁନଃନିର୍ମାଣ କରାଯାଇଛି । ନବନିର୍ମିତ ସ୍କୁଲରେ ଏବେ ୮ଟି ନୂଆ ଶ୍ରେଣୀ କକ୍ଷ ସହିତ ଉପଯୋଗୀ ଭିତିଭୂମି, ଛାତ୍ରଛାତ୍ରୀ ଏବଂ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ଭିନ୍ନ ଭିନ୍ନ ଶୌଚାଳୟ ତଥା ଖେଳପଡ଼ିଆ ରହିଛି । ଏହା ସହିତ ସ୍କୁଲରେ ଆର୍‌ଓ ୱାଟର ଫିଲଟର, କମ୍ପ୍ୟୁଟର, ଏଲ୍‌ଇଡି ଟେଲିଭିଜନ ଏବଂ ଇନଡୋର ଓ ଆଉଟଡୋର ଗେମ୍ ସୁବିଧା ଉପଲବ୍ଧ କରାଯାଇ ପାରିଛି । ଏହା ସହିତ ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ଯେଭଳି ଶିକ୍ଷାର୍ଥୀ, ସ୍କୁଲ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ଦିଆଯାଇପାରିବ ତାହାର ବ୍ୟବସ୍ଥା ରହିଛି । ଏହି ଜିଲ୍ଲା ବାତ୍ୟା ପ୍ରବଣ ହୋଇଥିବାରୁ ଏଭଳି ବ୍ୟବସ୍ଥାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଅତିରିକ୍ତ ଭାବେ ସ୍କୁଲରେ ପନିପରିବା ଉଦ୍ୟାନ ମଧ୍ୟ ରହିଛି । ଏଥିରୁ ଉତ୍ପାଦିତ ପନିପରିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।

ଏହି ଅବସରରେ ଏଚ୍‌ଡିଏଫସି ଇରଗୋ ଜେନେରାଲ ଇନସ୍ୟୁରାନ୍ସ୍ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଏଫ୍‌ଓ ଶ୍ରୀ ସମିର ଏଚ୍‌. ଶାହା କହିଲେ, ପାଣ୍ଡିଆ ପଥର ଶିକ୍ଷାଠାରୁ ଦୂରେଇ ଯାଉଥିବା ଆମେ ହୃଦୟଙ୍ଗମ କରିଥିଲୁ । ଏହା ସହିତ ସ୍ଥାନୀୟ ଲୋକଙ୍କୁ ଏଠାରେ ହେଉଥିବା ପ୍ରବଳ ବର୍ଷା ଏବଂ ବାତ୍ୟା ସମୟରେ ସୁରକ୍ଷିତ ଆଶ୍ରୟସ୍ଥଳ ଉପଲବ୍ଧ କରାଇବା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ତେଣୁ ଆମେ ସ୍ଥାନୀୟ କତୃପକ୍ଷଙ୍କ ମିଳିତ ସହଯୋଗରେ ସ୍କୁଲର ପୁନଃନିର୍ମାଣ କରିଛୁ । ଯାହାଦ୍ୱାରା ଅନେକ ସମୟରେ ଦେଖାଦେଉଥିବା ପ୍ରତିକୂଳ ପ୍ରାକୃତିକ ଦୁର୍ବିପାକରୁ ସେମାନେ ସୁରକ୍ଷିତ ରହିପାରିବେ । ଆମେ ବେଶ୍ ଆନନ୍ଦିତ ଯେ ଏହାଦ୍ୱାରା ସ୍ଥାନୀୟ ଛାତ୍ରଛାତ୍ରୀ ସେମାନଙ୍କର ପାଠପଢ଼ିବା ସ୍ୱପ୍ନକୁ ପୂରଣ କରିବା ସହିତ ଏଠାକାର ଲୋକେ କୌଣସି ସାମାଜିକ ଆର୍ଥିକ ବାଧା ବିନା ନିଜକୁ ସୁରକ୍ଷିତ ମଣି ପାରିବେ ।

‘ ଗାଁ ମେରା’ ସିଏସ୍‌ଆର୍ କାର୍ଯ୍ୟକ୍ରମ ଅର୍ନ୍ତଗତ ଏଚ୍‌ଡିଏଫ୍‌ସି ଇରଗୋ ଏହାର କର୍ମଚାରୀଙ୍କୁ ସେମାନଙ୍କ ପସନ୍ଦର ଏକ ଗାଁକୁ ମନୋନୀତ କରିବାକୁ କୁହାଯାଇଥାଏ । ଯାହାଦ୍ୱାରା ଆବଶ୍ୟକ ସହାୟତା ଦ୍ୱାରା ଗାଁର ଏବଂ ବାସିନ୍ଦାଙ୍କ ବିକାଶ କରାଯାଇପାରିବ । ମନୋନୀତ ହୋଇଥିବା ଗାଁର ପିଲା ଏବଂ ଗ୍ରାମବାସୀଙ୍କୁ ବିଭିନ୍ନ ସାଧାରଣ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଥାଏ । ଆବଶ୍ୟକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସ୍ୱପ୍ନକୁ ରୁଦ୍ଧିମନ୍ତ କରାଯାଇଥାଏ । ଏହି ଅଭିଯାନ ଅନ୍ତର୍ଗତ ଇତିମଧ୍ୟରେ ୮ଟି ସ୍କୁଲର ନିର୍ମାଣ କରାଯାଇପାରିଛି । ସେହିପରି ଭାରତର ବିଭିନ୍ନ ରାଜ୍ୟରେ ଅନ୍ୟ ୮ଟି ସ୍କୁଲର ନିର୍ମାଣ କାର୍ଯ୍ୟ ଜାରି ରହିଛି । ବିଲ୍ଡିଂ ଆଜ୍ ଲର୍ଣ୍ଣିଂ ଏଡ୍‌(ବାଲା) ଉଦ୍ଦେଶ୍ୟ ନେଇ କମ୍ପାନୀ ଏକ୍ଷେତ୍ରରେ ପ୍ରୟାସ ଅବ୍ୟାହତ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ