ଏଚ.ଡି.ଏଫ.ସି ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଏଚ.ଡି.ଏଫ.ସି ବ୍ୟାଙ୍କ ପକ୍ଷରୁ ହାଟଡିହି ବ୍ଲକର ବାଙ୍ଗୋର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଙ୍ଗୋର ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ସମବାୟ ସମିତି ଓ ମହାବୀର ଯୁବକ ସଂଘର ସହଯୋଗରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ, ସମ୍ମାନୀତ ଅତିଥି ସମବାୟ ସମିତିର ସଭାପତି ବିଜୟ କୁମାର ରାଉତ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଶିବିରରୁ ୪୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଆନନ୍ଦପୁର ରକ୍ତ ଭଣ୍ଡାରର ଡାକ୍ତର ଉଦୟ ଭାଷ୍କର ପଣ୍ଡାଙ୍କ ସମେତ ଏଲ.ଟି ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଏଚ.ଡି.ଏପ.ସି ବ୍ୟାଙ୍କର କର୍ମଚାରୀ ସଞ୍ଜିବ କୁମାର ସାହୁ, ସମବାୟ ସମିତିର ସମ୍ପାଦକ ସୁଶାନ୍ତ କୁମାର ମହାରଣା, କେସିସି ବ୍ୟାଙ୍କ କର୍ମଚାରୀ ସୁରେଶ କୁମାର ପେଡା, ପ୍ରୀୟରଂଜନ ଦାସ, ଜୟନ୍ତ ନାଇକ, ରତି ରଞ୍ଜନ ରାଉତ, ରାଜେଶ କୁମାର ସାହୁ, ରମେଶ ଚନ୍ଦ୍ର ବେହେରା, ଜନାର୍ଦ୍ଦନ ମହାରଣା, ଅକ୍ଷୟ କୁମାର ସାହୁ, କମଳାକାନ୍ତ ମହାରଣା, ଚନ୍ଦ୍ରକାନ୍ତ ନାୟକ, ମୋହନ ସାହୁ, ସନୁ ପଲେଇ, ରାଜୀବ ସାହୁ, ଭାବଗ୍ରାହୀ ପୃଷ୍ଟି, ଜୟକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।


