ଏଟିଏମରେ ଟଙ୍କା ଭର୍ତ୍ତିକରି କର୍ମଚାରୀ ଲୁଟିନେଲେ ୫୬ ଲକ୍ଷ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ସହରରେ ଅଭିନବ ଉପାୟରେ ଏଟିଏମ୍ କାଉଣ୍ଟରରୁ ଲୁଟ କରିଛନ୍ତି କର୍ମଚାରୀ । ବିଭିନ୍ନ ସମୟରେ ବିଭିନ୍ନ ଏଟିଏମ୍ କାଉଣ୍ଟରରୁ ଲୁଟ୍ ଘଟଣା ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ପୁଣୀ ଥରେ ବ୍ରହ୍ମପୁରର ଏଟିଏମ୍ କାଉଣ୍ଟରରୁ କର୍ମଚାରୀ ଜଣକ ହିଁ ଲୁଟି ନେଇଛନ୍ତି ନଗଦ ୫୬ ଲକ୍ଷ ଟଙ୍କା । ଏଭଳି ଅଭିଯୋଗ ପରେ ପୋଲିସର ତନାଘନା ଓ ପ୍ରାଥମିକ ତଦନ୍ତ ପରେ ଏଟିଏମ୍ ଟଙ୍କା କାଉଣ୍ଟରରେ ଟଙ୍କା ଭର୍ତ୍ତିକରିବାକୁ ଆସୁଥିବା ଘରୋଇ କମ୍ପାନୀ ମାନଙ୍କର କର୍ମଚାରୀମାନେ ହିଁ ଲୁଟ କରୁଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଛି ।ବ୍ରହ୍ମପୁର ଆସ୍କାରୋଡ ଓ ମେଡିକାଲ ଏସବିଆଇ ଶାଖାର କେତେକ ଏଟିଏମରୁ କିଛି ଏଟିଏମରୁ ଟଙ୍କା ଗାଏବ ହୋଇଯିବା ପରେ ବ୍ୟାଙ୍କ ପକ୍ଷରୁ ଟଙ୍କା ଟାଉନଥାନାରେ ସିକ୍ୟୁର ଭେଲ୍ୟୁ ଅଫ ଇଣ୍ଡିଆ ଲିମିଟେଡ୍ କମ୍ପାନୀର ଜୈନିକ କର୍ମଚାରୀଙ୍କ ନାମରେ ଏତଲା ହୋଇଥିବା ଜଣାପଡିଛି । ଏହା ସହ ବ୍ରହ୍ମପୁର ଓ ଗଂଜାମ ଜିଲ୍ଲା ବିଭିନ୍ନ ଏଟିଏମ୍ କାଉଣ୍ଟର ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବିଗତ ଦିନରେ ଆସ୍କା ରୋଡ ସ୍ଥିତ ଏକ୍ସିକ ବ୍ୟାଙ୍କ ଏଟିଏମରୁ ୨୪ ଲକ୍ଷ ଟଙ୍କା ଗାଏବ ହୋଇଥିବା ଜଣାପଡିଥିଲା ।ସେହିପରି ମେଡିକାଲ ଶାଖା ଏସବିଆଇରୁ ୧୫ ଲକ୍ଷ ଟଙ୍କା ଓ ଗଂଜାମ ଥାନା ଅନ୍ତର୍ଗତ ଅନ୍ୟଏକ ଏଟିଏମରୁ ୧୭ ଲକ୍ଷ ଟଙ୍କା ଗାଏବ ହୋଇଥିବା ଜଣାପଡିଛି । ଅଭିଯୁକ୍ତ କର୍ମଚାରୀ ମାନଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ଟାଉନଥାନା ଥାନା ଆଇଆଇସି ସୁରେଶ ତ୍ରିପାଠୀ ସୂଚନା ଦେଇଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ