ଏଟିଏମରେ ନାହିଁ ସାନିଟାଇଜ ବ୍ୟବସ୍ଥା ସଂକ୍ରମଣ ଆଶଙ୍କା

ହିଞ୍ଜିଳିକାଟୁ , (ଶେଷଦେବ ସାହୁ): ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନାକୁ ପ୍ରତିହିତ କରିବା ଲାଗି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଜୁନ ୨୮ ତାରିଖ ଠାରୁ ପୌରାଂଚଳର ୪ଟି ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥ ତଥା ପୌରାେଂଚଳର ମୁଖ୍ୟ ରାସ୍ତା ବଇଁଚବଣିଆ ଛକ ଠାରୁ ବ୍ଳକ ଛକ ଏବଂ ୩୬ ନଂ ରାଜ୍ୟ ରାଜପଥର ପରିବା ବଜାର ଠାରୁ ହିଞ୍ଜିଳି ମୁଖ୍ୟ ରାସ୍ତାକୁ କଂଟେନମେଂଟ ଓ ପୌରାଂଚଳର ୩କିମି ପରିଧି ଭୁକ୍ତ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ୧୦ଟି ପଂଚାୟତକୁ କଂଟେନମେଂଟ ଜୋନ ଓ ୫ଟି ପଂଚାୟତକୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା । ଚଳିତ ମାସ ୨୨ ତାରିଖ ଠାରୁ ପୌରାଂଚଳ ତଥା ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତାରୁ କଂଟେନେଂମଟ କଟକଣାକୁ ପ୍ରତ୍ୟାହାର କରାଯାଇଥିଲା ଏବଂ ୧୫ଟି ୱାର୍ଡ଼କୁ ରେଡ଼୍ ଜୋନ ଭାବେ ଘୋଷଣା କରାଯିବା ସହ ସଂପୃକ୍ତ ସାହିର ପ୍ରାବେଶପଥ ଗୁଡ଼ିକୁ ବାଉଁଶବାଡ଼ ସହାୟତାରେ ଅବରୋଧ କରାଯାଇଛି । କରୋନାକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ର।।ସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ପୌରାଂଚଳର ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯିବା ପରେ ଜୁନ ୨୮ ତାରିଖ ଠାରୁ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୌରାଂଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ସମେତ ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ଏଭଳି ଦୁର୍ଦ୍ଦିନ ସମୟରେ ଲୋକେ ସଂଚିତ ଅର୍ଥ ଉଠାଣ ସକାଣେ ଏଟିଏମ ଉପରେ ନିର୍ଭର କରୁଥିବାର ଦେଖିବାକୁ ମିଳିଥିବା ସହ ବିଭିନ୍ନ ବ୍ୟାଙ୍କର ଏଟିଏମ ସମ୍ମୁଖରେ ଗ୍ରାହକଙ୍କ ୟସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଏପରି ସ୍ଥଳେ ଲୋକଙ୍କ ହାତକୁ ସାନିଟାଇଜ କରିବା ନିମନ୍ତେ ପୌରାଂଚଳରେ ଥିବା ବିଭିନ୍ନ ଏଟିଏମ ଗୁଡ଼ିକରେ ହ୍ୟାଣ୍ଡ ସାନିଟାଇଜର ନଥିବାର ଦେଖିବାକୁ ମିଳିଛି । ଟଙ୍କା ଉଠାଇବା ବେଳେ କମ୍ପ୍ୟୁଟର ସ୍କ୍ରିନିଂ ବଟନକୁ ବହୁ ଗ୍ରାହକ ସ୍ପର୍ଶ କରୁଛନ୍ତି । ଗୋଟିଏ ପଟେ ସଂକ୍ରମଣ ପ୍ରତିରୋଧ ସକାଶେ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁଥିବା ବେଳେ ଅନ୍ୟ ପଟେ ବ୍ୟାଙ୍କ କର୍ତୁପକ୍ଷ ଏଟିଏମରେ ସରନିଟାିଜର ନରଖି ସଂକ୍ରମଣକୁ ନିମନ୍ତ୍ରଣ କରିବା ସହ କୋଭିଡ଼ ନିୟମକୁ ଉଲଂଗନ କରୁଥିବା ଜଣାପଡ଼ିଛି । ଏଥି ପ୍ରତି ବ୍ୟାଙ୍କ କର୍ତୁପକ୍ଷ ଦୃଷ୍ଟି ଦେଇ ଏଟିଏମ ଗୁଡ଼ିକରେ ସାନିଟାଇଜର ବ୍ରବସ୍ଥା କରିବା ପାଇଁ ଅଂଚଳବାସୀ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ