ଏଟିଏମ୍ ଲୁଟେରାର ସିସିଟିଭି ଫୁଟେଜ ଜାରି
ଖୋର୍ଦ୍ଧା (ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କଲେଜଛକସ୍ଥିତ ଷ୍ଟେଟ୍ବ୍ୟାଙ୍କ ଏଟିଏମ୍ରୁ ଦୁଇଦୁଇ ଥର ଲୁଟେରା ଟଙ୍କା ଲୁଟ୍ ପାଇଁ ଉଦ୍ୟମ କରି ବିଫଳ ହେବା ସହ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପୁନର୍ବାର ଏହି ଏଟିଏମ୍ରୁ ଲୁଟ ପାଇଁ ଉଦ୍ୟମ କରି ଲୁଟେରା ବିଫଳ ହୋଇଛନ୍ତି । ଉକ୍ତ ରାତିରେ ଦୁର୍ବୃତ୍ତ ଏଟିଏମ୍ ଲୁଟ କରିବାକୁ ଏଟିଏମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶକ୍ତ ଚାମ୍ବର ଭାଙ୍ଗିବାରେ ବିଫଳ ହେବାରୁ ଛାଡ଼ି ଚାଲିଯାଇଥିଲେ । ସକାଳୁ ଏ ସଂପର୍କରେ ଲୋକମାନେ ଦେଖିବାକୁ ପାଇଥିଲେ । ଏହି ଏଟିଏମ୍ଟି ଜନଗହଳିପୂର୍ଣ୍ଣ ସ୍ଥାନରୁ କିଛି ଦୂରରେ ରହୁଥିବାରୁ ଲୁଟେରା ଉଦ୍ୟମ କରିବାକୁ ଚେଷ୍ଟା କରିବାକୁ ସାହସ କରୁଛନ୍ତି । ଏହି ଘଟଣାକୁ ପୁଲିସ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି । ଆଜି ଏଟିଏମ ଲୁଟ ଉଦ୍ୟମରେ ସଂପୃକ୍ତ ଦୁଇଜଣ ଯୁବକଙ୍କ ସିସିଟିଭି ଫୁଟେଜକୁ ପୁଲିସ ଚିହ୍ନଟ ପାଇଁ ଜାରି କରିଛି । ପୁଲିସ ଏଥିରେ ସଂପୃକ୍ତ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ବୋଲି ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଜଣାଇଛନ୍ତି ।