ଏଟିଏମ୍ ଲୁଟ୍ରୁ ବର୍ତ୍ତିବାର ଉପାୟ

ଏଟିଏମ୍ ଲୁଟ୍ ଏକ ସାଧାରଣ ଅପରାଧରେ ପରିଣତ ହୋଇଗଲାଣି । ପ୍ରାୟ ସବୁ ଦିନ କେଉଁଠି ନା କେଉଁଠି ଏଟିଏମ୍ ଲୁଟ୍ର ଖବର ଶୁଣିବାକୁ ମିଳୁଛି । ଚତୁରତାର ସହ ଦୁର୍ବୃତ୍ତମାନେ ଘଟାଉଛନ୍ତି ଏହି ଅପରାଧ । ବିଶେଷ କରି ବିନା କାର୍ଡ ବ୍ୟବହାରରେ ଏଟିଏମ୍ରୁ ଟଙ୍କା ଲୁଟ୍ ହେଉଛି । ସାଧାରଣ ଲୋକଙ୍କ ପକ୍ଷେ ଜାଣବା କାଠିକର ପାଠ । ଆସନ୍ତୁ ଜାଣିବା ଦୁର୍ବୃତ୍ତମାନେ କିପରି ବିନା କାର୍ଡରେ ଏଟିଏମ୍ ଲୁଟ୍ କରିଥାନ୍ତି ଓ ଏଥିରୁ କେମିତି ମୁକ୍ତି ପାଇପାରିବେ ।
ହେକର ଏଟିଏମ୍ ଲୁଟ୍ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେଥି ମଧ୍ୟରୁ କାର୍ଡ କ୍ଲୋନିଂ ଉପାୟ ହେକରମାନେ ଅଧିକା ଆପଣାଇଥାନ୍ତି । କାରଣ ଅନେକ ଗ୍ରାହକ କାର୍ଡ କ୍ଲୋନିଂ ବିଷୟରେ କିଛି ଜାଣିନଥାନ୍ତି । ଯାହା ଦ୍ୱାରା ହେକରମାନଙ୍କୁ ଏଟିଏମ୍ ଟଙ୍କା ଲୁଟ୍ କରିବାକୁ ସହଜ ହୋଇଥାଏ । ହେକରମାନେ ଏଟିଏମ୍ ମେସିନର କାର୍ଡ ପ୍ରବେଶ ଦ୍ୱାରା (ସ୍ଲଟ) ରେ ସ୍କାନିଂ ଡିଭାଇସ୍ ଲଗାଇଥାନ୍ତି । ଜଣେ ଗ୍ରାହକ ଏଟିଏମ୍ କାର୍ଡ ମେସିନ୍ରେ ପୂରାଇବା ମାତ୍ରେ କାର୍ଡର ସମସ୍ତ ଡାଟା ସ୍କାନ ହୋଇଯାଏ । ଏହାକୁ ବ୍ଲୁଟ୍ୟୁଥ ଜରିଆରେ ସେହି ଡାଟାକୁ ଚୋରାଇ ନେଇଥାନ୍ତି ।ହେକରକୁ ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କ ପିନ୍ ନମ୍ବର ଦରକାର । ସେ ଏହି ତଥ୍ୟ ସିସିଟିଭିରୁ ନେଇଥାନ୍ତି । ତେଣୁ ଏଟିଏମ୍ କାର୍ଡରେ ଟଙ୍କା ଉଠାଇବା ପାଇଁ ପିନ୍ ନମ୍ବର ଡାଏଲ କଲାବେଳେ ଲୁଚେଇ ଡାଏଲ କରନ୍ତୁ । ଯେପରି ପିନ୍ ନମ୍ବର ସିସି କ୍ୟାମେରାରେ କଏଦ ହେବ ନାହିଁ । ଏଟିଏମ୍ ମେସିନ୍ରେ କାର୍ଡ ଏଣ୍ଟ୍ରି କରିବା ପୂର୍ବରୁ କାର୍ଡର ପ୍ରବେଶ ସ୍ଥାନକୁ ଭଲ କରି ଚେକ୍ କରି ନିଅନ୍ତୁ । ଯଦି ଏହା ସ୍ଲଟ୍ ଢିଲା ଥାଏ କିମ୍ବା ସେଥିରେ କୌଣସି ଗଡ଼ବଡ଼ ଦେଖାଯାଏ ତାହା ହେଲେ କାର୍ଡ ଭରନ୍ତୁନାହିଁ ।ଏଟିଏମ୍ କାର୍ଡ ଇନସର୍ଟ କରୁଥିବା ସମୟରେ ମେସିନ୍ରେ ଜଳୁଥିବା ଲାଇଟ୍ ପ୍ରତି ଧ୍ୟାନ ଦିଅନ୍ତୁ । ଯଦି ସେଥିରେ ସବୁଜ ଲାଇଟ ଜଳୁଛି ତାହା ହେଲେ ଏଟିଏମ୍ ବ୍ୟବହାର କରନ୍ତୁ । ଯଦି ଲାଇଟ ଜଳୁନାହିଁ କିମ୍ବା ଅନ୍ୟ କୌଣସି ଲାଇଟ୍ ଜଳୁଛି, ଏଟିଏମ୍ ବ୍ୟବହାର କରି ତୁରନ୍ତ ଏହି ଖବର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ ।ଯଦି ଆପଣ ହେକିଂର ଶିକାର ହୋଇସାରିଛନ୍ତି, ତାହା ହେଲେ ତୁରନ୍ତ ପୋଲିସକୁ ଖବର ଦିଅନ୍ତୁ । କାରଣ ସାଙ୍ଗେ ସାଙ୍ଗେ ଖବର ଦେଲେ ହେକର ଫିଙ୍ଗର ପ୍ରିଣ୍ଟ ମିଳି ଯାଇପାରିବ । ଏହା ଛଡ଼ା ଆପଣଙ୍କ ଆଖପାଖରେ କାହା ବ୍ଲୁଟ୍ୟୁଥକୁ କନେକ୍ସନ କାମ କରୁଛି ତାହା ଚେକ କରି ଆପଣ ସେହି ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ