ଏଟିଏମ୍ ଲୁଟ୍ ଯୋଜନା ପଣ୍ଡ: ଦୁଇ ଥାନାରେ ଅଟକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗୁଲନଗର ଛକରେ ଥିବା ଏସ୍ବିଆଇ ଏଟିଏମରୁ ଲୁଟ୍ ଉଦ୍ୟମ ପାଇଁ ହୋଇଥିବା ଯୋଜନା ପଣ୍ଡ ହୋଇଯାଇଛି । କାରଣ ଲୁଟ୍ ଉଦ୍ୟମ ବେଳେ ପିସିଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା । ଫଳରେ ୪ ଜଣ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା ବେଳେ ଅନ୍ୟ ୨ ଜଣଙ୍କୁ ପୋଲିସ ମାଡିବସିଥିଲା । ସୂଚନା ଅନୁଯାୟୀ ରାତି ପ୍ରାୟ ୩ଟା ସମୟରେ ୬ ଜଣ ଲୁଟିଆ ସାବଳ, କଟର ଧରି ଏଟିଏମ୍ ଲୁଟ୍ ପାଇଁ ଯୋଜନା କରିଥିଲେ । ଏଟିଏମ୍ର ଉପର ଅଂଶକୁ ସେମାନେ ଭାଙ୍ଗି ଦେଇଥିଲେ । କିନ୍ତୁ ଏହି ସମୟରେ ଏକ ପିସିଆର ଭ୍ୟାନ ପାଟ୍ରୋଲିଂ କରୁଥିଲା । ଏଟିଏମ୍ ନିକଟରେ ଭ୍ୟାନ୍ ପହଞ୍ଚିବା ବେଳକୁ ଲୁଟିଆମାନେ ଦୈାଡାଦୈାଡି ହୋଇ ଫେରାର ହୋଇ ଯାଇଥିଲେ । ପୋଲିସ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଧରି ଥାନାକୁ ଆଣି ଅଟକ ରଖି ପଚରା ଉଚରା ଚଳାଇଥିବା ପୋଲିସ ସୁତ୍ରରୁ ଜଣାପଡିିଛି ।


